
କଟକ ତା ୫.୦୬/- ଏସ ୟୁ ସି ଆଇ ( କମ୍ୟୁନିଷ୍ଟ) ଉଦ୍ୟୋଗରେ ଅନୁଗୁଳ ଠାରେ ଅନୁଷ୍ଟିତ ହେଉଥିବା ଗ୍ରୀଷ୍ମ ଶିବିରରେ ଯୋଗଦେବାପାଇଁ ସୋର ରେଳ ଷ୍ଟେସନରେ ପହଞ୍ଚିଥିବା ଉଦଳା ଅଞ୍ଚଳର ଆଦିବାସୀ ପିଲମାନଙ୍କୁ ନିଜକୁ ବଜରଙ୍ଗ ଦଳ ଓ ଆରଏସଏସ ସହିତ ସମ୍ପୃକ୍ତ ବୋଲି ଦାବି କରୁଥିବା କେତେକ ଅସାମାଜିକ ଯୁବକ ରେଳବାଇ ପୋଲିସ ଓ ଆରପିଏଫ୍ ବାହିନୀର ଉପସ୍ଥିତିରେ ଦୀର୍ଘ ସାତ ଘଣ୍ଟା ଧରି ଅକଥନୀୟ ବ୍ୟବହାର କରିଥିଲେ। ଯୁବତୀ ମାନଙ୍କପ୍ରତି ଅଶାଳୀନ ବ୍ୟବହାର କରିଥିଲେ। ସେଠାରେ ଉପସ୍ଥିତ ଅଭିଭାବକ ମାନଙ୍କୁ ମଧ୍ୟ ମାରପିଟ କରାଯାଇଥିଲା । ଇତିମଧ୍ୟରେ ୨୨ ଦିନ ବିତିଯାଇଥିଲେ ମଧ୍ୟ ଅପରାଧୀ ମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଅପରାଧୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ଓ ଅପରାଧୀମାନଙ୍କୁ ପରୋକ୍ଷରେ ସହାୟତା କରିଥିବା ପୋଲିସ ଅଧିକାରୀ ମାନଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣକରିବା ଦାବିରେ ଆଜି ପାର୍ଟି ପକ୍ଷରୁ ପୋଲିସ ମହାନିର୍ଦ୍ଦେଶକ ଙ୍କୁ ୪ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ଏସୟୁସିଆଇ ( କମ୍ୟୁନିଷ୍ଟ) ରାଜ୍ୟ କମିଟି ସଦସ୍ୟ ବିଶ୍ୱାବସୁ ଦାସ, ବବି ବଳବନ୍ତରାୟ ଓ ସୁକାନ୍ତ ନାୟକ ଏକ ପ୍ରତିନିଧି ଦଳରେ ଯାଇ ଦାବିପତ୍ର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଖଗେଶ୍ବର ସେଠୀ, ରାଜକିଶୋର ମଲ୍ଲିକ, ମାଳବିକା ସାମଲ, ବସନ୍ତ ନାୟକ, ଦୀପକ୍ ଦାସ, ଅକ୍ଷୟ ରାଉଳ, ପ୍ରତାପ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ନେତୃତ୍ୱ ନେଇଥିଲେ।