“ଓଜସ୍ୱୀ” ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ।

ଚଣ୍ଡିଖୋଲ ୫/୬(କ ବ୍ୟୁ) ଜଳବାୟୁ ପରିବର୍ତ୍ତନ କେବଳ ଏକ ପରିବେଶଗତ ସମସ୍ୟା ନୁହେଁ, ବରଂ ଏକ ସାମାଜିକ ଏବଂ ଆର୍ଥିକ ଆହ୍ବାନ, ଯାହା ସ୍ବାସ୍ଥ୍ୟ, ଖାଦ୍ୟ ସୁରକ୍ଷା, ଜୀବିକା ଏ ବଂ ବିଶ୍ବ ସ୍ତିରତାକୁ ପ୍ରଭାବିତ କରେ। ପୃଥିବୀର ସୁରକ୍ଷା , ଓ ଭବିଷ୍ୟତ ପିଢ଼ି କଲ୍ୟାଣ ସୁନିଶ୍ଚିନ୍ତ କରିବା ନିମନ୍ତେ ଜଳବାୟୁ ପଦକ୍ଷେପ ଜରୁରୀ। ସେଥିପାଇଁ ବ୍ୟାପକ ଭାବେ ବୃକ୍ଷ ରୋପଣ କରି ପୃଥିବୀକୁ ଭବିଷ୍ୟତ ବିପଦରୁ ରକ୍ଷା କରିବା ପାଇଁ ସାମୁହିକ ଉଦ୍ୟମ ଆବଶ୍ୟକ ବୋଲି ସ୍ବେଛାସେବୀ ଅନୁଷ୍ଟାନ ଓଜସ୍ଵୀ ପକ୍ଷରୁ ଆୟୋଜିତ ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ଅନୁଷ୍ଠିତ ସଭାରେ ଯୋଗ ଦେଇ ବକ୍ତା ମାନେ ମତବ୍ୟକ୍ତ କରିଛନ୍ତି। ଅନୁଷ୍ଠାନର ମୁଖ୍ୟ ଭାଗିରଥି ଜେନା ଙ୍କ ସଭାପତିତ୍ବ ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ମିନତୀ ସାହୁ ସମ୍ପ୍ରତି ବିଶ୍ୱତାପନ, ଜଳବାୟୁ ପରିବର୍ତ୍ତନ, ବାୟୁ, ଜଳ, ମୂର୍ତ୍ତିକା ପ୍ରଦୂଷଣ, ଜଙ୍ଗଲ ଅବକ୍ଷୟ, ପ୍ରାକୃତିକ ପରିସଂସ୍ତାରେ ମାନବୀୟ ହସ୍ତକ୍ଷେପ ଏବଂ ଜୈବ ବିବିଧତା ହ୍ରାସ ଯୋଗୁ କେବଳ ମାନବ ଜାତିନୁହେଁ, ସମଗ୍ର ଜୀବଜଗତ ଆଜି ଆଜି କ୍ଷତିଗ୍ରସ୍ତ ହେବାକୁ ଯାଉଛି। ଏଥିପାଇଁ ବ୍ୟାପକ ଭାବେ ବୃକ୍ଷ ରୋପଣ କରିବାକୁ ପରାମର୍ଶ ଦେଇଥିଲେ। ଚଣ୍ଡିଖୋଲ ନିକଟସ୍ତ ଗୋପାଳପୁର ଗ୍ରାମ ରେ ଆୟୋଜିତ ବିଶ୍ଵ ପରିବେଶ ଦିବସ ପାଳନ ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଧର୍ମଶାଳା ବ୍ଳକ୍ ଅଧ୍ୟକ୍ଷା ସୁଚିସ୍ମିତା ଦାସ,ଡ, ପ୍ରିୟନାଥ ମହାପାତ୍ର, ସରପଞ୍ଚ ଫକୀର ନାରାୟଣ ମିଶ୍ର,, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଜଗନ୍ନାଥ ସାମନ୍ତରାୟ, ବିଣାପାଣି କଳା ପୀଠ ର ଅଧ୍ୟକ୍ଷ ବିପିନ୍ ବିହାରୀ ସ୍ଵାଇଁ, ତପନ ମାହୁନ୍ତ, ଦେବାଶିଷ ଦାସ ବୁଅନିରୁଦ୍ଧ ସ୍ଵାଇଁ ସଂଜୟ କୁମାର ସାମଲ ରବିନ୍ଦ୍ର କୁମାର ବରାଳ ପ୍ରମୁଖ ଯୋଗଦେଇ ବିଶ୍ବ ପରିବେଶ ଦିବସ ର ତାତ୍ପର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଆଗ୍ରଣୀ ଚାଷୀ, ପରିବେଶବିତ୍, ଆଦର୍ଶ ଶିକ୍ଷକ, ଏମ୍ ବି କେ, ସି ଆର ପି, ପ୍ରାଣୀ ମିତ୍ର, ବ୍ୟାଙ୍କ୍ ମିତ୍ର, ଗୋମିତ୍ର ଙ୍କୁ ମାନପତ୍ର ପୁଷ୍ପ ଗୁଚ୍ଛ,ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପରିବାର ପାଇଁ ଗଛଟିଏ ଯୋଜନାରେ ଶତାଧିକ ଫଳ, ଫୁଲ ଓ ଔଷଧୀୟ ଗଛ ସହିତ ପରିବେଶ ଉପଯୋଗୀ ବୃକ୍ଷ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମକୁ ସ୍ୱେଚ୍ଛାସେବୀ ଶଶି ଭୂଷଣ ଦାସ, ସୁବ୍ରତ କୁମାର ସ୍ବାଇଁ, ମଦନ ମୋହନ ପରମାଣିକ, ସୁବ୍ରତ କୁମାର ବେହେରା, ନିତ୍ୟାନନ୍ଦ ଖିଲାର ପ୍ରମୁଖ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *