ବିଶ୍ବ ଦୁଗ୍ଧ ଦିବସ / ( World Milk Dayଜୁନ ୧ ତାରିଖ ✍️1st of June )

ଲୋହିତ ବିପ୍ଳବ ନ୍ୟାଯ୍ୟ ଅଧିକାର
ସବୁଜ ବିପ୍ଳବ ଖାଦ୍ଯ,
ଧବଳ ବିପ୍ଳବ ଦୁଗ୍ଧ ଉତ୍ପାଦନ
ବିପ୍ଳବ ବିଭାବ ବିଦ୍ଯ ।

ଦୁଗ୍ଧ ଉତ୍ପାଦନେ ଗୋପାଳନ ଭବ୍ଯ
ଶୁଭ ସଂସ୍କୃତି ଭାରତ,
ରୋଗୀ ସେବାଠାରୁ ଭିଟାମିନ ଯାଏ
ଆର୍ଥିକ ବିକାଶ ସୂତ୍ର ।

ବିଶ୍ବ ଖାଦ୍ଯ-କୃଷି ସଂଗଠନ ସୃଜେ
ଯେ’ ବିଶ୍ବ ଦୁଗ୍ଧ ଦିବସ,
ଦି’ ହଜାର ଏକ ସନରୁ ପ୍ରଣୀତ
ଦୁଗ୍ଧ ଉତ୍ପାଦ୍ଯ ବିକାଶ ।

ଏବେ ଶତାଧିକ ଦେଶେ ଗୋପାଳନେ
ଆର୍ଥନୀତିକ ସରସ,
ତା’ ମଧ୍ଯେ ଭାରତ ସଂସ୍କୃତି ମହାନ
ଗୋଶାଳା ସୃଜ୍ଯ ହରଷ ।

ଧବଳ ବିପ୍ଳବ ଜନକ ଡକ୍ଟର
ଭରଘେସ୍ କୁରିଏନ,
ଦୁଗ୍ଧ ଉତ୍ପାଦନେ ପ୍ରମୁଖ ପ୍ରଖ୍ୟାତ
ଭାରତୀୟ ମହୀୟାନ ।

କ୍ଷୀରରୁ ଉତ୍ପନ୍ନ ଦହି ଛେନା ଘିଅ
ରାବିଡ଼ି ମଲାଇ ଖାଦ୍ଯ,
ପର୍ବ-ପର୍ବାଣିରେ ଦେବ-ଦେବୀ ଅର୍ଘ୍ୟ
ସୃଜେ ମହକ ଅଭେଦ୍ୟ ।

ମିଠା ଓ ମିଷ୍ଟାନ୍ନ ସୁମିଷ୍ଟ ପୋଷଣ
ବ୍ଯବସାୟୀ ବାଜିମାତ,
ସ୍ଥାୟୀ ରକ୍ଷଣରେ ଦୁଗ୍ଧ ପାଉଡର
ଶିଳ୍ପାୟନ ମୁଖରିତ ।

ଦେବୀ ଓ ଜନନୀ ଭାବରେ ଗୋମାତା
ଆଦର ପୂଜ୍ଯ-ପୂଜନ,
ଗୋବର ପବିତ୍ର ଗଙ୍ଗାଜଳ ତୁଲ୍ୟ
ଆମ ସଂସ୍କୃତି ମହାନ ।

ନନ୍ଦସୁତ ପ୍ରଭୁ ଶ୍ରୀକୃଷ୍ଣ ଗୋପରେ
ଗାଈ ଚରାଳି ସଂକେତ,
କ୍ଷୀରଚୋରୀ ପ୍ରଭୁ ଶ୍ରୀକୃଷ୍ଣ ଭିଆଣ
ନମୋ-ନମଃ ରାଧାକୃଷ୍ଣ ।

ମହାଭାରତରେ ଗୋସମ୍ପଦେ ଧନୀ
ବିରାଟ ରାଜା ଆଖ୍ୟାନ,
ଦେଶୀ ଅବା ଜର୍ସି ହରିୟାନା ଗାଈ
ଦୁଗ୍ଧୀୟ ଗାଈ ବ୍ଯାଖ୍ଯାନ ।

ଭାରତେ ଛବିଶ ନଭେମ୍ବର ମାସ
ଜାତୀୟ ଦୁଗ୍ଧ ଦିବସ,
ଜୁନ ମାସ ଏକ ତାରିଖରେ ବିଶ୍ବ
ଦୁଗ୍ଧ ଦିବସ ହରଷ ।

ଯାଦବ କୁଳର କୌଳିକ ବୃତ୍ତିରେ
ଗୋପାଳନ ମୋ’ ସନ୍ତୋଷ,
ଇଷ୍ଟଦେବ ପ୍ରଭୁ ଶ୍ରୀକୃଷ୍ଣ ଆଷିଷେ
ଭଣେ ଶମ୍ଭୁନାଥ ଦାସ ।

ଶମ୍ଭୁନାଥ ଦାସ (ମୁଖ୍ଯ ସମ୍ପାଦକ : ଅଭିଯାନ )
ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ଯ ପତ୍ରିକା / କୋଲକାତା
ସା/ କଣ୍ଟିବାଙ୍କ (ପାଲଟପୁର), ମଙ୍ଗଳପୁର,
ଯାଜପୁର, ଓଡ଼ିଶା – ୭୫୫୦୧୧

Leave a Reply

Your email address will not be published. Required fields are marked *