“ମାସିକ ସନ୍ଥ ଦିବସରେ ଓଁକାର ପ୍ରତୀକ ଲୋକାର୍ପଣ”

ବାରିପଦା( କ ବ୍ୟୁ )ତା୩୧/୦୫/୨୦୨୬ :
ସେବା ଅର୍ଥ ଦେବା। ନେବା ଅର୍ଥ ଜାଣି ଜାଣି ପାପର ଲହରୀ ଗଣିବା। ବିଶ୍ଵ ଜନ ସମୁଦାୟକୁ ପ୍ରଥମ ‘ଜୟ ସନ୍ଥ ଜୟ ସମାଜ’ର ସ୍ଲୋଗାନ୍ ଦେଇ ସ୍ଥାନୀୟ ଗୋପବନ୍ଧୁ ଭବନ ଠାରେ
ସଦ୍ଭାବନା ସମିତି ପକ୍ଷରୁ ୫୬୪ତମ ମାସିକ ସନ୍ଥ ଦିବସ କୋଷାଧ୍ୟକ୍ଷ ସନ୍ଦିପ ଚାନ୍ଦଙ୍କ ପୌରହିତ୍ୟରେ ପାଳିତ ହୋଇଯାଇଛି। ଦିବସରେ ‘ଅନ୍ୟ ସହ ନିଜକୁ ତୁଳନା କଲେ ଈର୍ଷଣୀୟ
ବ୍ୟକ୍ତିତ୍ୱ ହେବାକୁ ପଡିଥାଏ, କିନ୍ତୁ ଆତ୍ମସମୀକ୍ଷା ପୂର୍ବକ ନୀରବତାର ନିରାଜନାରେ ଉତ୍ତରଣର
ମାର୍ଗ ଉନ୍ମୁକ୍ତ ହୁଏ’ ପ୍ରସଙ୍ଗ ରଖାଯାଇଥିଲା। ସମିତିର ପ୍ରତିଷ୍ଠାତା ଧର୍ମରତ୍ନ ପୂର୍ଣ୍ଣଚନ୍ଦ୍ର ବୁଗୁଡେଇ ନିଜ ବକ୍ତବ୍ୟରେ ‘ଯାହା ଦାନ କରାଯାଏ ତାହା ପରଜନ୍ମ ପାଇଁ ନିଜର ସମ୍ପତି ମାତ୍ର, ଯାହା ସାଇତି ରଖାଯାଏ, ତାହା ଅନ୍ୟ ମାନଙ୍କ ଭୋଗ ବିଳାସ ପାଇଁ ସମ୍ପତି କହିଥିଲେ। ଗୋପବନ୍ଧୁଭବନ ଠାରେ ସଦଭାବନା ସମିତି ପକ୍ଷରୁ ପ୍ରତିଷ୍ଠିତ ଓଁକାର ପ୍ରତୀକର ଉଦଘାଟିକା ଭାବେ ବାରିପଦା ଉପନଗରପାଳିକା ସୀମା ଦାଶ, ମୁଖ୍ୟଅତିଥି ଭାବେ ବାରିପଦା ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ, ମୁଖ୍ୟବକ୍ତା ଭାବେ ଡ ବିଜୟ ଅଗ୍ରଓ୍ବାଲା , ଗାୟତ୍ରୀ ପରିବାରର ଗଗନ ବିହାରୀ ବେହେରା, ଅଜିତ କୁମାର କବାଟ, କୈବଲ୍ୟ ପ୍ରସାଦ ମହାପାତ୍ର, ନରସିଂହ ବାରିକ, ଡ ଶଶୀଧର ବିଶ୍ବାଳ, ଡ ଦାମଦୋର ପତି, ସୁନୀଲ କୁମାର ଜେନା, ପଦ୍ମନାଭ ସାହୁ ଓ ଡ ଯୋଗେନ୍ଦ୍ର ନାଥ ପଣ୍ଡା ଯୋଗଦେଇ ପିମ୍ପୁଡିର ସଂଘଶକ୍ତି ଅଧ୍ୟବସାୟ ମାତ୍ର ମାଗିଅଣା ପଇସାକୁ ନିର୍ଭର କରି ମେଳି ମହୋତ୍ସବରେ ସଂଘଶକ୍ତି ବ୍ଯବସାୟ ମନ୍ତବ୍ୟ ରଖିଥ‌ିଲେ। ଏହି ଦିବସରେ ପୌରପାଳିକା ଅନୁମତି କ୍ରମେ
ଗୋପବନ୍ଧୁଭବନର ଏକ ପ୍ରକୋଷ୍ଠରେ ଓଁକାର ପ୍ରତୀକ ଲୋକାର୍ପଣ କରାଯାଇଥିଲା । ଯାହାକି
ସମଗ୍ର ଓଡିଶାରେ ନିଆରା। ସମ୍ପାଦକ ମାନସ ରଞ୍ଜନ ମହାପାତ୍ର ସ୍ଵାଗତ ଏବଂ ସଦସ୍ୟ ମନୋଜ କୁମାର ପଣ୍ଡା ଧନ୍ୟବାଦ ଦେଇଥିଲେ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି

Leave a Reply

Your email address will not be published. Required fields are marked *