“ଉଦଳା ସଚେତନ ନାଗରିକ ମହାମଞ୍ଚ ର ପ୍ରଥମ କାର୍ଯ୍ୟକାରିଣୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି”

ବାରିପଦା /ଉଦଳା( କ ବ୍ୟୁ ) : ତା୩୧/୦୫/୨୦୨୬ ରିଖ ରବିବାର ଉଦଳା ସ୍ନେହ। ତୁଳସୀ କଲ୍ୟାଣ ମଣ୍ଡପ ପ୍ରାଙ୍ଗଣରେ ଉଦଳା ସଚେତନ ନାଗରିକ ମହାମଞ୍ଚ ର ପ୍ରଥମ କାର୍ଯ୍ୟକାରିଣୀ ପରିଷଦ ବୈଠକ ମହାମଞ୍ଚ ର ସଭାପତି ପ୍ରାକ୍ତନ ପ୍ରାଧ୍ୟାପକ ଭୋଳାନାଥ ସାହୁ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ସଭାରେ ମହାମଞ୍ଚର ଉପଦେଷ୍ଟା ଅଶୋକ କୁମାର ମହାନ୍ତି,ଉଦଳା ର ପୂର୍ବତନ କାଉନସେଲର ତଥା ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦର ନଗରପାଳ ମନୋଜ କୁମାର ମହାନ୍ତି, ଦାୟିତ୍ଵ ନିର୍ବାହ କରିଥିବା ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦର ଉପନଗରପାଳ ଲିଲି ଭୋଳ,ମହାମଞ୍ଚର ଅନ୍ୟ ଉପଦେଷ୍ଟା ମଣ୍ଡଳୀଙ୍କ ମଧ୍ୟରେ ସମାଜସେବୀ ପୂର୍ଣ୍ଣ ଚନ୍ଦ୍ର ବିଶ୍ୱାଳ, ସମବାୟ ବିତ୍ ପ୍ରହଲ୍ଲାଦ ଦାସ, ବରିଷ୍ଠ ସାମ୍ବାଦିକ ଦୀନବନ୍ଧୁ ବାରିକ, ବରିଷ୍ଠ ଆଇନଜୀଵୀ ରଜତ କୁମାର ମହାପାତ୍ର ତଥା ଅବସର ପ୍ରାପ୍ତ ବି ଆର ସି ସି ତଥା ମହାମଞ୍ଚର ସାଧାରଣ ସମ୍ପାଦକ ଆରତ କୁମାର ପରିଡା ପ୍ରମୁଖ ମଞ୍ଚାସୀନ ଥିଲେ।ବୈଠକ ର ପ୍ରାରମ୍ଭରେ ବରିଷ୍ଠ ସାମ୍ବାଦିକ ତଥା ମହାମଞ୍ଚ ର ଉପ ସଭାପତି ଜଗବନ୍ଧୁ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିବା ପରେ ସଭାପତି ଙ୍କ ଆହ୍ୱାନ କ୍ରମେ ସମସ୍ତ ଅତିଥି ବୃନ୍ଦ ଙ୍କ ଦ୍ୱାରା ଜଗତର ନାଥ ପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଠାରେ ଧୂପ ଓ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମ କୁ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରାଯାଇଥିଲା।ଏହା ପରେ ମହାମଞ୍ଚ ଗଠନ ର ଆଭିମୁଖ୍ୟ (ଆମ ଚିନ୍ତନ ଉଦଳା ନିର୍ମାଣ) ଉଦ୍ଦେଶ୍ୟରେ କମିଟିର ସାଧାରଣ ସମ୍ପାଦକ ଆରତ କୁମାର ପରିଡା ପ୍ରକାଶ କରିଥିଲେ।ତତ୍ପରେ ମହାମଞ୍ଚ ଗଠନର ଲକ୍ଷ୍ୟ ତଥା ଉଦଳା ର ବର୍ତ୍ତମାନ ବ୍ୟବସ୍ଥା କୁ ଆଧାର କରି କିପରି ଉଦଳା ର ବିକାଶ ନିମନ୍ତେ ସମସ୍ତ ଜନ ସାଧାରଣ ସଚେତନ ହେବେ ଏବଂ ଗଠନମୂଳକ ପଦକ୍ଷେପ ଗ୍ରହଣ କରିବାରେ  ସହଯୋଗ ରଖିବେ ଏହି ବାର୍ତ୍ତା ପୂର୍ବତନ ନଗରପାଳ ମନୋଜ କୁମାର ମହାନ୍ତି ଙ୍କ ସମେତ ସମସ୍ତ ମଞ୍ଚାସିନ ବରେଣ୍ୟ ବ୍ୟକ୍ତି ବିଶେଷ ବୃନ୍ଦ ପ୍ରକାଶ କରିଥିଲେ। ସମ୍ମୁଖରେ ଉପସ୍ଥିତ ଉଦଳାକୁ ଭଲପାଉଥିବା ବହୁ ମାନ୍ୟଗଣ୍ୟ  ବ୍ୟକ୍ତି ବିଶେଷ ମାନେ ଉଦଳା ର ବିଭିନ୍ନ ସମସ୍ୟା (ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଡ୍ରେନ ସମସ୍ୟା )ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ଉତ୍ଥାପନ କରିଥିଲେ। ଶେଷରେ ସଭାପତି ଶ୍ରୀଯୁକ୍ତ ସାହୁ ଙ୍କ ନିର୍ଦ୍ଦେଶ କ୍ରମେ
ଶ୍ରୀସତ୍ଯେନ୍ଦୁ ଜେନା ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *