ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ବିକାଶ ପାଇଁ ବ୍ଲୁ ପ୍ରିଣ୍ଟ୍‌

ବାରିପଦା(କ: ଵ୍ଯୁ)9୯/୦୫/00୨୦୨୬ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟରେ ଗତ ଏପ୍ରି ଉତ୍ତମଲ୍ ୮ ତାରିଖରେ ନୂତନ ସ୍ଥାୟୀ କୁଳପତି ଭାବେ ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତିଙ୍କ ଯୋଗଦାନ ପରେ ବିଶ୍ଵବିଦ୍ୟାଳୟର ବିକାଶ ସାଙ୍ଗକୁ ଆମୂଳଚୂଳ ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି । ୨୮ ବର୍ଷର ଏହି ବିଶ୍ଵ ବିଦ୍ୟାଳୟକୁ କିଭଳି ଦେଶର ପୂର୍ଣାଙ୍ଗ ତଥା ବିକଶିତ ବିଶ୍ଵ ବିଦ୍ୟାଳୟ ଭାବରେ ପ୍ରତିଷ୍ଠା ପାଇବ ସେ ନେଇ ପ୍ରଫେସର ମହାନ୍ତି ଏକ ଭିଜନ୍ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିଥିବା ନେଇ ଶୁକ୍ରବାର ବିଶ୍ଵବିଦ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ପରୀକ୍ଷା ପ୍ରଣାଳୀର ଆଧୁନିକୀକରଣ ସହ ଭିତ୍ତିଭୂମି ବିକାଶ ସାଙ୍ଗକୁ ଶୈକ୍ଷିକ ବାତାବରଣ, ଗବେଷଣା ତଥା ନୂଆ ନୂଆ ପରିକଳ୍ପନାକୁ ସାକାର କରି ବିଶ୍ୱବିଦ୍ୟାଳୟକୁ ଉନ୍ନତିର ଶିଖରକୁ ନେବାକୁ ହୋଇଥିବା ବ୍ଲୁ ପ୍ରିଣ୍ଟର ସମସ୍ତ ବିନ୍ଦୁ ଉପରେ ସାମ୍ବାଦିକ ମାନଙ୍କ ସହ ଆଲୋଚନା କଲାବେଳେ ପ୍ରଫେସର ମହାନ୍ତି ଆଗାମୀ ଦିନରେ ଜିଲ୍ଲାର ସମସ୍ତ ବୁଦ୍ଧିଜୀବୀ ଓ ନେତୃବୃନ୍ଦଙ୍କୁ ଏହି ବିକାଶ ପ୍ରକ୍ରିୟାରେ ସକାରାତ୍ମକ ମନୋଭାବ ନେଇ ସହଯୋଗ କରିବାକୁ ଅପିଲ୍ କରିଛନ୍ତି।
ଗଣମାଧ୍ୟମକୁ ସୂଚନା ଦେଇ ପ୍ରଫେସର ମହାନ୍ତି କହିଛତି ଯେ, ଗତ ୨୮ ବର୍ଷ ଭିତରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଯେଉଁ ଭଳି ବିକାଶ ହେବା କଥା ତାହା ହୋଇନାହିଁ। ତେଣୁ ଏବେ ଆମକୁ ଅଧିକ ସଚେତନ ରହି ବିଭିନ୍ନ କାର୍ଯ୍ୟକ୍ରମକୁ ନିଷ୍ଠାର ସହ ସାକାର କରି ବିଶ୍ୱବିଦ୍ୟାଳୟକୁ ଆଗକୁ ନେବାକୁ ପଡିବ । ଏହି ଅବସରରେ ସେ କହିଛନ୍ତି ଯେ, ବିଶ୍ୱବିଦ୍ୟାଳୟର ଯୁବ ଅଧ୍ୟାପକ ମାନଙ୍କ ସହ ବୈଠକ ପରେ ଯେଉଁ ସବୁ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା ସେଗୁଡିକୁ ପର୍ଯ୍ୟାୟ କ୍ରମେ କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନିଆଯାଉଛି । ସେଗୁଡିକ ମଧ୍ୟରେ ବିଭିନ୍ନ ବିଶ୍ଵବିଦ୍ୟାଳୟ, ଜାତୀୟ ସଂସ୍ଥାନ ଯଥା ଆଇଆଇଟି, ନିଟ୍, ଆଇଏମଏମଟି, ୱାର୍ଚ୍ଚ ସ୍କୁଲ୍ ସେଣ୍ଟର ଓ ବିଭିନ୍ନ ବଡ ବଡ ଶିଳ୍ପ ସଂସ୍ଥା ମାନଙ୍କ ସହ ଏମଓୟୁ ସ୍ବାକ୍ଷରିତ କରାଯିବ।
ତେବେ ଇତି ମଧ୍ୟରେ ଗତ ୨୬ ତାରିଖରେ କେନ୍ଦ୍ରୀୟ ସୈନିକ ବୋର୍ଡ ଏବଂ ବିଶ୍ଵ ବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଥିବା ନେଇ କୁଳପତି ସୂଚନା ଦେଇଛନ୍ତି। ଏହା ମାଧ୍ୟମରେ ଅବସରପ୍ରାପ୍ତ ଯବାନ୍ ମାନେ ବିଶ୍ଵବିଦ୍ୟାଳୟରେ ସ୍ନାତ୍ତକ ଡିଗ୍ରୀ ହାସଲ କରିବାର ସୁଯୋଗ ପାଇବେ। ସେ କ‌ହିଛନ୍ତି ଯେ, ଓଡ଼ିଶାରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵ ବିଦ୍ୟାଳୟ ହେଉଛି ପ୍ରଥମ ବିଶ୍ଵବିଦ୍ୟାଳୟ ଯାହା ସହିତ କେନ୍ଦ୍ରୀୟ ସୈନିକ ବୋର୍ଡ ଏହିଭଳି ଏକ ବୁଝାମଣା ପତ୍ର ସ୍ବାକ୍ଷର କରିଛନ୍ତି। ଏଥି ସ‌ହିତ ବିଭିନ୍ନ ଶିଳ୍ପ ସଂସ୍ଥା ଯେପରି ଏନଟିପିସି, ନାଲକୋ, ଓପିଟିସିଏଲ୍‌ର ସିଏସଆର୍ ଅନୁଦାନ ଉପଯୋଗ ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ପତ୍ର ପ୍ରେରଣ କରାଯାଇଛି ।
ଏହା ବ୍ୟତୀତ ଆଗାମୀ ଦିନରେ ବିଶ୍ଵବିଦ୍ୟାଳୟରେ ଏକ ଭାଷା ଲ୍ୟାବ୍‌ର ପ୍ରତିଷ୍ଠା କରା‌ଯିବ। ଯେଉଁଥିରେ ଛାତ୍ରଛାତ୍ରୀ ଓଡିଆେଞଞ ସଂସ୍କୃତ, ହିନ୍ଦୀ ସାନ୍ତାଳି, ମୁଣ୍ଡାରୀ ଏବଂ ବିଦେଶୀ ଭାଷା ମଧ୍ୟରେ ଜାପାନୀ ଏବଂ ଜର୍ମାନ୍‌ର ଭାଷା ଶିକ୍ଷା କରିବାର ସୁଯୋଗ ପାଇବେ। କାନାଡା, ଆମେରିକା ଆଦି ଦେଶର ପ୍ରତିଷ୍ଠିତ ବିଶ୍ଵବିଦ୍ୟାଳୟ ସହ ସହଯୋଗ ସ୍ଥାପନ କରି ଛାତ୍ରଛାତ୍ରୀ ବିନିୟମ କାଯ୍ୟକ୍ରମ ଜରିଆରେ ବିଶ୍ଵବିଦ୍ୟାଳୟକୁ ଶିଖରକୁ ନେବାକୁ ଖସଡ଼ା ପ୍ରସ୍ତୁତ ହୋଇଛି । ବିଶ୍ଵବିଦ୍ୟାଳୟରେ ସାମ୍ବାଦିକତା ଏବଂ ଗଣମଧ୍ୟମ ଯୋଗାଯୋଗ, କୃଷି ବ୍ୟବସାୟ ପରିଚାଳନା, ଡାଏରୀ, ପ୍ରଯୁକ୍ତି ବିଦ୍ୟା, ଉର୍ଜା ପରିଚାଳନା ଓ ନିର୍ମାଣ ପରିଚାଳନା ପ୍ରଭୃତି ନୂତନ ବିଭାଗ ଖୋଲିବା ସହ ଜିଲ୍ଲାରେ ଥିବା ମେଡିକାଲ କଲେଜ ଓ କୃଷି ବିଜ୍ଞାନ କେନ୍ଦ୍ରକୁ ବିଶ୍ବବିଦ୍ୟାଳୟ ଅଧୀନକୁ ଆଣିବାକୁ ପ୍ରୟାସ ଆରମ୍ଭ ହୋଇଥିବା ପ୍ରଫେସର ମହାନ୍ତି ସୂଚନା ଦେଇଛନ୍ତି । ବିଶ୍ବବିଦ୍ୟାଳୟର ପରିସରକୁ ଗ୍ରୀନ୍ କ୍ୟାମ୍ପସ୍ ରେ ପରିଣତ ପାଇଁ ସ୍ବତନ୍ତ୍ର ପ୍ରୟାସ ଆରମ୍ଭ ହୋଇଥିବା ନେଇ ନିଷ୍ପଭି ହୋଇଛି । ଏଥିପାଇଁ ରୁଫଟପ୍ ସୋଲାର ସିଷ୍ଟମ ସାଙ୍ଗକୁ ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା ଓ ବର୍ଜ୍ୟ ପରିଚାଳନା ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ପଦକ୍ଷେପ ଗ୍ରହଣ କରା ଯାଇଥିବା ବେଳେ ଆସନ୍ତା ଜୁନ୍ ୫ ତାରିଖରେ ବିଶ୍ଵ ପରିବେଶ ଦିବସରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରଯିବାକୁ ନିଷ୍ପତ୍ତି ହୋଇଛି ବୋଲି ସୂଚନା ।
ଏହି ଅବସରରେ ପ୍ରଫେସର ମହାନ୍ତି କହିଛନ୍ତି ଯେ, ଭାରତ ସରକାର ବିଶ୍ଵ ବିଦ୍ୟାଳୟର ଉନ୍ନୟନ ପାଇଁ ୧୦୦ କୋଟି ଟଙ୍କାର ଅନୁଦାନ ଦେଇଛନ୍ତି। ଏଥିରୁ ୫୦ କୋଟିରୁ ଅଧିକ ଟଙ୍କା ଭିତ୍ତିଭୂମି ବିକାଶ ନିମିତ୍ତ ଥିବା ବେଳେ ୩୦ କୋଟି ଟଙ୍କା ଯନ୍ତ୍ରାଂଶ ପାଇଁ ଓ ୧୦ କୋଟିରୁ ଅଧିକ ଟଙ୍କା ସଫ୍ଟ କଂପୋନେଣ୍ଟ ପାଇଁ ନିର୍ଦ୍ଧାରିତ ହୋଇଥିବା ସୂଚନା ।
ତେବେ ଆଗାମୀ ସେପ୍ଟେମ୍ବର ସୁଦ୍ଧା ବିଶ୍ଵବିଦ୍ୟାଳୟରେ ଖାଲି ପଡିଥିବା ବିଭିନ୍ନ ପଦବି ଗୁଡିକ ପୂରଣ ହେବାକୁ ଯାଉଥିବା ନେଇ ସୂଚନା ଦେଇଥିବା ବେଳେ ପୁଲିସ୍ ହାଉସିଂ ବୋର୍ଡ ଦ୍ୱାରା କରାଯାଉଥିବା ନିର୍ମାଣ କାମ ଏତେ ବିଳମ୍ବ କାହିଁକି ବୋଲି ଏ ନେଇ ପୁଲିସ୍ ହାଉସିଂ ବୋର୍ଡକୁ ସମନ୍ ଜାରି କରି ତୁରନ୍ତ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ସମୟସୀମା ଧାଯ୍ୟ କରାଯାଇଥିବା ନେଇ କୁଳପତି ସୂଚନା ଦେଇଛନ୍ତି।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *