

ରାଜଗାଙ୍ଗପୁର :- (କ ବ୍ୟୁ) ୩୦/୦୫/୨୦୨୬ ଭୋଟର ତାଲିକାକୁ ସମ୍ପୂର୍ଣ୍ଣ ସଠିକ୍ ଏବଂ ତ୍ରୁଟିଶୂନ୍ୟ କରିବା ସହ ସମସ୍ତ ଯୋଗ୍ୟ ଭୋଟରଙ୍କୁ ତାଲିକାଭୁକ୍ତ କରିବା ଉଦ୍ଦେଶ୍ୟରେ ସାରା ଓଡ଼ିଶାରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ରାଜଗାଙ୍ଗପୁର ରେ ସକାଳ ୮ଟା ରୁ ବୁଥ ସ୍ତରୀୟ ଅଧିକାରୀ (BLO) ସବୁ ୱାର୍ଡ ବୁଲି ବୁଲି ବୈଠକ କରି ଲୋକମାନଙ୍କୁ ସଚେତନ କରିବା ସହ ସମସ୍ତ ଜନସାଧାରଣଙ୍କୁ ସହଯୋଗ କରିବାପାଇଁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମ ଅଧୀନରେ ସମସ୍ତ ବୁଥ ସ୍ତରୀୟ ଅଧିକାରୀ (BLO) ଏବଂ BLO ସୁପରଭାଇଜର ମାନେ ପରିଗଣନା ଫର୍ମ ବା Enumeration Form ୩୦ ମଇ ଠାରୁ ୨୮ ଜୁନ୍ ପର୍ଯ୍ୟନ୍ତ ବି.ଏଲ.ଓ ଘରେ ଘରେ ପହଞ୍ଚି ଭୋଟରମାନଙ୍କୁ ପରିଗଣନା ଫର୍ମ ପ୍ରଦାନ କରିବେ ଏବଂ ଫର୍ମ ପୂରଣ କରିବାରେ ସହଯୋଗ କରିବେ। ପୂରଣ ହୋଇଥିବା ଫର୍ମ ସଂଗ୍ରହ ପରେ ସେମାନେ ଭୋଟରମାନଙ୍କୁ ସ୍ୱୀକୃତି (acknowledgement) ପ୍ରଦାନ କରିବେ।
ଏହି ସଚେତନ କାର୍ଯ୍ୟକ୍ରମ ନୋଡ଼ାଲ ଅଧିକାରୀ ଏ. ପାଣିଗ୍ରାହୀ, ଲକ୍ଷ୍ମୀ ନାରାୟଣ ରେଡ୍ଡୀ, ୪ ନମ୍ବର ୱାର୍ଡ ପାଷର୍ଦ କୌଶର ପରବୀନ, ୫ ନମ୍ବର ୱାର୍ଡ ପାଷର୍ଦ ସୁଧୀର ସାହ, ବିଏଲଓ ସତ୍ୟଭାମା ମହାରାଣା, ବିଏଲଓ ଅଞ୍ଜୁ ସିଂହ ଙ୍କ ନେତୃତ୍ବ ରେ ହୋଇଥିଲା । ଏହି ଅବସର ରେ ଗୋଟିଏ ଲୋକଙ୍କ ଫାର୍ମ ପୂରଣ କରି ପ୍ରଶିକ୍ଷଣ ମଧ୍ୟ ଦିଆଯାଇଥିଲା । ଏହି ସଚେତନ କାର୍ଯ୍ୟକ୍ରମରେ ରତନ ସାହୁ, କୀର୍ତ୍ତନ ସାର, ଆରିଫ ଜମାଲ, ମହିଳା, ଯୁବବର୍ଗ BLO ରାଜନୈତିକ ଦଳ ଓ ନଗର ର ଗଣ୍ୟମାନ୍ୟ ବ୍ୟକ୍ତି ସମସ୍ତେ ଉପସ୍ଥିତ ରହି ସହଯୋଗ କରିଥିଲେ ।
(ରାଜଗାଙ୍ଗପୁରରୁ ଅବଦୁଲ ରଜାକ ଖାନଙ୍କ ରିପୋର୍ଟ )