ରାଷ୍ଟ୍ର ସେବିକା ସମିତି, ଓଡ଼ିଶା ପ୍ରାନ୍ତ ପକ୍ଷରୁ ରାୟଗଡ ନଗର ରେ ପଥ ସଞ୍ଚଳନ

ରାୟଗଡ଼ା : ରାଷ୍ଟ୍ର ସେବିକା ସମିତି, ଓଡ଼ିଶା ପ୍ରାନ୍ତ ପକ୍ଷରୁ ଚଳିତ ବର୍ଷ ପ୍ରବେଶ ଓ ପ୍ରବୋଧ ବିଶେଷ ବର୍ଗ ୨୦୨୬ ରାୟଗଡ଼ା ଜିଲ୍ଲା ର MITS ଠାରେ ଅନୁଷ୍ଠିତ ହେଉଅଛି। ଗତ ତା ୧୬/୦୫/୨୦୨୬ ରିଖ ଠାରୁ ଆରମ୍ଭ ହୋଇଥିବା ବର୍ଗ ତା ୦୧/୦୬/୨୦୨୬ ରିଖ ସକାଳରେ ସମାପନ ହେବାକୁ ଯାଉଅଛି। ଇତି ମଧ୍ୟରେ ଉକ୍ତ ବର୍ଗରେ ଶିକ୍ଷାର୍ଥିନୀ ଭାବରେ ଯୋଗଦେଇଥିବା ଏକ ଶହରୁ ଊର୍ଦ୍ଧ୍ବ ଶିକ୍ଷାର୍ଥିନୀ ଗତ ପଞ୍ଚଦଶ ଦିବସ ବ୍ୟାପୀ ବିଭିନ୍ନ ପ୍ରକାର ଆତ୍ମରକ୍ଷା କୌଶଳ, ବ୍ୟାୟାମ, ବାଦ୍ୟଯନ୍ତ୍ର, ବିଭିନ୍ନ ଶସ୍ତ୍ର ଯଥା ଦଣ୍ଡ, ଜଷ୍ଟି, ୟୁଧ ଇତ୍ୟାଦିର ଶିକ୍ଷା ଗ୍ରହଣ କରିଅଛନ୍ତି।
ଆଜି ତା ୨୯/୦୫/୨୦୨୬ ରିଖ ରେ ରାୟଗଡ଼ା ସହର ର ଗାନ୍ଧୀ ପାର୍କ ଠାରୁ ସେବିକା ସମିତିର ସେବିକା ଗଣ, ସମସ୍ତ ଶିକ୍ଷାର୍ଥିନୀ, ଅଧିକାରୀ ଗଣ, ପ୍ରବନ୍ଧିକା ଆଦି ସଞ୍ଚଳନ ଆରମ୍ଭ କରି ହୋଟେଲ ରାଜ ଜଙ୍କସନ୍ ଠାରେ ସଞ୍ଚଳନ ସମାପ୍ତ କରିଥିଲେ। ଏହି ପଥସଂଚଳନ ରେ ରାଷ୍ଟ୍ର ସେବିକା ସମିତିର ଅଖିଳ ଭାରତୀୟ ସହ ସମ୍ପର୍କ ପ୍ରମୁଖ ମାନନୀୟା ନୀତା ଦେବୀ, ଓଡ଼ିଶା, ଆଣ୍ଡାମାନ, ସିକିମ ଏବଂ ପଶ୍ଚିମବଙ୍ଗ ରେ କ୍ଷେତ୍ର ପ୍ରଚାରିକା ଦାୟିତ୍ୱରେ ଥିବା ମାନନୀୟା ଲତିକା ପାଢ଼ୀ, ରାଷ୍ଟ୍ର ସେବିକା ସମିତି ଓଡ଼ିଶା ପ୍ରାନ୍ତ କାର୍ଯ୍ଯବାହିକା ଶ୍ରୀମତୀ ଆରତୀ ବୈଶାଖ ଓ ସହ କାର୍ଯ୍ଯବାହିକା ଶ୍ରୀମତୀ ବୈଜୟନ୍ତୀ ରଣା, ବର୍ଗଧିକାରୀ ଶ୍ରୀମତୀ ମାହେଶ୍ୱରୀ ନାୟକ, ବର୍ଗ ପାଳକ ଶ୍ରୀମତୀ ବିଦୁଲତା ହୁଇକା,ତତସହିତ ଅନ୍ୟାନ୍ୟ ପ୍ରାନ୍ତୀୟ, ଅଧିକାରୀ ଗଣ ଯୋଗ ଦେଇଥିଲେ।
ରାଷ୍ଟ୍ର ସେବିକା ସମିତିର ପଥ ସଞ୍ଚଳନ ଏକ ସାର୍ବଜନୀକ ପ୍ରଦର୍ଶନ ଯାହା ଅନୁଶାସନ, ଏକତା ଓ ଶକ୍ତି କୁ ଘୋଷ ବାଦ୍ୟର ତାଳେ ତାଳେ ସମିତିର ସେବିକା ତଥା ଶିକ୍ଷାର୍ଥିନୀ ମାନେ ଦର୍ଶାଇଥାଆନ୍ତି। ପଥସଞ୍ଚଳନ ନିମନ୍ତେ ରାଷ୍ଟ୍ର ସେବିକା ସମିତିର ଅଧିକାରୀ ଙ୍କ ଠାରୁ ଆରମ୍ଭ କରି ଶିକ୍ଷାର୍ଥିନୀ ମାନେ ଏକ ଗଣବେଶ ପରିଧାନ କରିଥାନ୍ତି।
ଏଥି ସହିତ ରାୟଗଡ଼ା ଜିଲ୍ଲାର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ଵୟଂ ସେବକ ଭାଇମାନେ ସଂଚଳନ କୁ ସୂଚାରୁ ରୂପେ ସମ୍ପାଦନ କରିବା ନିମନ୍ତେ ନିଜର ଯୋଗଦାନ ଦେଇଥିଲେ।

ରାୟଗଡ଼ାରୁ ସୁରେନ୍ଦ୍ର ରଥଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *