ଗ୍ରୀଷ୍ମ ମହୋତ୍ସବ୨୦୨୬ଅନୁଷ୍ଟିତ।

ଚଣ୍ଡିଖୋଲ୩୦/୫(କ ବ୍ୟୁ), ମଧୁବନ ବିଦ୍ୟାଳୟ ଠାରେ ଓଡିଶା ଭାଷା ଓ ସାହିତ୍ୟ ବିଭାଗ ଏବଂ ବିଶ୍ଵକଲ୍ୟାଣ ସେବକ ସମାଜ ର ମିଳିତ ଆନୁକୂଲ୍ୟରେ ଗ୍ରୀଷ୍ମ ମହୋତ୍ସବ ୨୦୨୬ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ସଂଗଠନର ସଭାପତି ଶ୍ରୀ ସ୍ୱାଧୀନ ଜେନା ମହୋତ୍ସବ ର ଉଦେଶ୍ୟ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ମଧୁବନ ଗ୍ରାମର ଜଣାଶୁଣା ସମାଜସେବୀ ଶ୍ରୀଯୁକ୍ତ ପ୍ରହଲ୍ଲାଦ ପଣ୍ଡା ପ୍ରଦୀପ ପ୍ରଜ୍ବଳନକରି ଉତ୍ସବର ଶୁଭାରମ୍ଭ କରିଥିଲେ। ନିକଟସ୍ତ ଗ୍ରାମରୁ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ମାନେ ସେଠାରେ ଯୋଗଦାନ କରି ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ। ସେଠାକୁ ଆସିଥିବା କଳାକାର, ହସ୍ତଶିଳ୍ପୀ ମାନେ ଉତ୍ସବକୁ ମନଭରି ଉପଭୋଗ କରିବା ସହିତ, ନିଜର ଦୋକାନ ଲଗାଇ ବିକ୍ରି ବଟା କରିଥିଲେ। ସେମାନଙ୍କ ମତରେ ଏଭଳି ଉତ୍ସବ ବାରମ୍ବାର ଆୟୋଜନ ହେବା ଦରକାର ଯାହାଦ୍ଵାରାକି ଆଞ୍ଚଳିକ କାରିଗର ମାନେ ବିଶେଷ ଉପକୃତ ହେବେ। ସର୍ବଶେଷରେ ସଂଗଠନର ସମ୍ପାଦିକା ସୁସ୍ମିତା ଶତପଥି ଉପସ୍ଥିତ ଦର୍ଶକ ଓ ସମସ୍ତ ଆୟୋଜକ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ନୃସିଂହ ଚରଣ ବିଶ୍ୱାଳ, ଅରୁଣ କୁମାର ଦାଶ, ସୁଧାଂଶୁ ରାଉତ ଓ ମାନସ ସାହୁ ଉପସ୍ଥିତ ରହି ସମସ୍ତ କାଯ୍ୟକ୍ରମ କୁ ସୁପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *