
କଟକ : ରାଜ୍ୟ ଘରୋଇ ବସ ମାଲିକ ସଂଘର କାର୍ଯ୍ୟକାରି କମିଟି ବୈଠକରେ ବଡ଼ ନିଷ୍ପତି। ବସ ଭଡା ବୃଦ୍ଧି ନକଲେ ରାଜ୍ୟରେ ଘରୋଇ ବସ ଚଳାଚଳ ବନ୍ଦ ହେବ। ୧୦ ଦିନ ମଧ୍ୟରେ ଏହି ଦିଗରେ ନିଷ୍ପତି ନେବାକୁ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛି ରାଜ୍ୟ ଘରୋଇ ବସ ମାଲିକ ସଂଘ। ନଚେତ ଏହାପରେ ରାଜ୍ୟରେ ଗଡିବନି ଘରୋଇ ବସ।
ଏହା ଦାବି ସମ୍ପର୍କରେ ସରକାର ଙ୍କୁ ଅବଗତ କରାଇଛି ବସ ମାଲିକ ସଂଘ।। ଘରୋଇ ବସ ମାଲିକ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ ଙ୍କ ମତରେ ରାଜ୍ୟରେ ଦିନକୁ ଦିନ ଡିଜେଲ ଦର ବୃଦ୍ଧି ହେବା ପରେ ବସ ଚଳାଇବା ଆମ ପାଇଁ କଷ୍ଟ ସାଧ୍ୟ । ଗତ୨୫ ତାରିଖ ରୁ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା ଏଯାବତ କୌଣସି ସୁଫଳ ମିଳି ପାରିଲା ନାହିଁ। ରାଜ୍ୟରେ ପ୍ରତିଦିନ ଗମନାଗମନ ଦିଗରେ ୧୪ହଜାର ବସ ନିୟୋଜିତ ରହିଛି। ଯେଉଁଠି ୮ ହଜାର ମାଲିକ ଓ ୪ ଲକ୍ଷ କର୍ମଚାରୀ ନିୟୋଜିତ ଅଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ୨ ହଜାର ବସ ଡିଜେଲ ସଙ୍କଟ ର ସମୁଖୀନ ହୋଇ ଠିଆ ହୋଇଗଲାଣି। ତେଣୁ ଏଭଳି ସମୟ ମଧ୍ୟରେ ସରକାର ଏହଉପରେ ଦୃଷ୍ଟି ଦେବାକୁ ଦାବି କରିଛି ବସ ମାଲିକ ସଂଘ।