ସାଇ ଶ୍ରିଷ୍ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କ ଶତ ପ୍ରତିଶତ ସଫଳତା।, ସାରଦା ଜିଲ୍ଲା ଟପ୍ପର।

ଚଣ୍ଡିଖୋଲ,୨୧/୫(କ ବ୍ୟୁ) ଯାଜପୁର ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଚଣ୍ଡିଖୋଲ – ବଡଚଣା ମଧ୍ୟବର୍ତ୍ତୀ ନରଣ ପୁର ସ୍ଥିତ ସାଇ ଶ୍ରିଷ୍ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର +୨ବିଜ୍ଞାପନ ଫଳ ପ୍ରକାଶ ପାଇଛି ମଏଥିରେ ଛାତ୍ର ଛାତ୍ରୀ ମାନେ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି। ଚଳିତ ବର୍ଷ ମୋଟ୍ ୨୪୭ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସମସ୍ତ ଛାତ୍ର ଛାତ୍ରୀ କୃତ କାର୍ଯ୍ୟ ହୋଇଛନ୍ତି। ସାରଦା ପ୍ରସାଦ ଜେନା ୫୯୪ନମ୍ୱର୍ ରଖି ସମଗ୍ର ଯାଜପୁର ଜିଲ୍ଲାରେ ଟପ୍ପର ହୋଇ ବିଦ୍ୟାଳୟ ପାଇଁ ଗୌରବ ଆଣି ଛନ୍ତି। ବାଳିକା ବିଭାଗରେ ସୁଚିଶ୍ମିତା ପଣ୍ଡା ୫୭୮ନମ୍ୱର୍ ରଖି ଟପ୍ପର ହୋଇ ଛନ୍ତି। ୧୯ଜଣ ଛାତ୍ର ଛାତ୍ରୀ ୯୦ଶତକଡା ରୁ ଉର୍ଦ୍ଧ ନମ୍ୱର୍ ରଖିଥିବା ବେଳେ ୫୦୦ରୁ ଉର୍ଦ୍ଧ ୩୬ଜଣ ଛାତ୍ର ଛାତ୍ରୀ ନମ୍ବର ରଖି ଛନ୍ତି ଓ ୨୧୭ଜଣ ଛାତ୍ର ଛାତ୍ରୀ ପ୍ରଥମ ଶ୍ରେଣୀ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଫଳ ପ୍ରକାଶ ପାଇଲା ପରେ ବିଦ୍ୟାଳୟ ରେ ଖୁସି ର ଲହରୀ ଖେଳି ଯାଇଥିଲା। ପିଲା ମାନେ ପରସ୍ପର କୁ ମିଠା ଖୁଆଇ, ଅବିର ବୋଳି, ବାଣ ଫୁଟାଇ ଖୁଶି ମନାଇ ଥିଲେ। ଏହି ଅବସରରେ ବିଦ୍ୟାଳୟ ପରିସରରେ ଏକ ସମ୍ୱର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା।ବିଦ୍ୟାଳୟର ନିର୍ଦ୍ଦେଶକ ପ୍ରତାପ କୁମାର ନାୟକ, ଅଧ୍ୟକ୍ଷ ଆଲୋକ୍ ନାରାୟଣ ନାୟକ , ଉପାଧ୍ୟକ୍ଷ ବୀରେନ ବଳିୟାର ସିଂହ,ଅଧ୍ୟାପକ ସୁବାଷ ଚନ୍ଦ୍ର ବେହେରା, ଡ ବୀରେନ ମିଶ୍ର, ଡ ବିଜୟ କୁମାର ସାମଲ, ଡ ଧନେଶ୍ଵର ମହାନ୍ତି, ଶୁଭ୍ରାଂଶୁ ସାହୁ, ହିମାଂଶୁ ଶେଖର ପରିଜା, ମୋତିଲାଲ ସାହୁ, ପବିତ୍ର କୁମାର ନାୟକ ବିନୟ ମହାନ୍ତି, ସଂଗ୍ରାମ ମହାନ୍ତି, ପତିତପାବନ ଦାସ, କାଶୀନାଥ ବେହେରା, ରାଜେଶ ମିଶ୍ର, ବିଷ୍ଣୁପ୍ରିୟା ଖଣ୍ଡାଇ, ଅରବିନ୍ଦ ପ୍ରସାଦ ମହାପାତ୍ର, ପ୍ରମୁଖ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ସେମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି।

Leave a Reply

Your email address will not be published. Required fields are marked *