ଯୁକ୍ତ ୨ବିଜ୍ଞାନରେ ଜି,ଆଇ,ଇ,ଟି,ର ଅଭୂତପୂର୍ବ ସଫଳତା। ବାଳିକା ରେ ପ୍ରିତିମୟୀ ବାଳକ ରେ ପ୍ରଭୁଦତ୍ତ ଟପ୍ପର।

ଚଣ୍ଡିଖୋଲ ୨୧/୫(କ ବ୍ୟୁ) : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଚଣ୍ଡିଖୋଲ ସ୍ଥିତ ଜି ଆଇ ଇ ଟି ଆବାସିକ ବିଦ୍ୟାଳୟ ଅଭୂତପୂର୍ବ ସଫଳତା ହାସଲ କରିଛି। ମୋଟ ୨୦୫ଜଣ ଛାତ୍ର ଛାତ୍ରୀ ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୨୦୧ କୃତ କାର୍ଯ୍ୟ ହୋଇଛନ୍ତି। ଛାତ୍ରୀ ପ୍ରିତିମୟୀ ପଣ୍ଡା୫୮୬(୯୭.୬୭ଶତକଡା ) ନମ୍ବର ରଖି ଥିବା ବେଳେ ଛାତ୍ର ପ୍ରଭୁଦତ୍ତ ବିଶ୍ବାଳ ୫୮୧ ନମ୍ବର ରଖି ଟପ୍ପର ହୋଇଥିବା ବେଳେ ୨୨ଜଣ ଛାତ୍ର ଛାତ୍ରୀ ୯୦ଶତକଡା ରୁ ଉର୍ଦ୍ଧ ନମ୍ୱର୍ ଓ ୫୯ଜଣ ଛାତ୍ର ଛାତ୍ରୀ ୫୦୦ଶହ ରୁ ଉର୍ଦ୍ଧ ନମ୍ୱର୍ ଓ ୨୧୫ଛାତ୍ର ଛାତ୍ରୀ ପ୍ରଥମ ଶ୍ରେଣୀ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି ଉପଲକ୍ଷେ ଆଜି ବିଦ୍ୟାଳୟ ପରିସରରେ ଏକ ସମ୍ୱର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥଲା।ବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ସତ୍ୟ ରଂଜନ ସେନାପତି ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ନିର୍ଦ୍ଦେଶକ ପ୍ରଫେସର ଆସିକ୍ ଇକ୍ ବାଲ୍ , ଶିକ୍ଷା ନିର୍ଦ୍ଦେଶକ ସଚିତ୍ର ଦାସ ବରିଷ୍ଟ ଶିକ୍ଷକ ପ୍ରଶାନ୍ତ କୁମାର ମୁଦୁଲି ସମେତ ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଯୋଗଦେଇ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଶୁଭେଛା ଓ ଅଭିନନ୍ଦନ ଜଣାଇ ସେମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ।

Leave a Reply

Your email address will not be published. Required fields are marked *