ବୀଣାପାଣି କଳା ପୀଠ ର ବାର୍ଷିକ ଉତ୍ସବ।

ଣ୍ଡିଖୋଲ,୨୬/୫(କ ବ୍ୟୁ) :
ଚଣ୍ଡିଖୋଲ ନିକଟସ୍ତ ଗାନ୍ଧୀ ଛକ ସ୍ଥିତ ବୀଣାପାଣି କଳା ପୀଠ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ବିପିନ ବିହାରୀ ସ୍ବାଇଁ ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ମିନତୀ ସାହୁ ଯୋଗଦେଇ ପିଲା ମାନଙ୍କ ମଧ୍ୟରେ ଥିବା ଲୁଳ୍କାୟିତ ପ୍ରତିଭାକୁ ପରିପ୍ରକାଶ କରିବାରେ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ପ୍ରମୁଖ ଭୂମିକା ରହିଛି। ନୃତ୍ୟ ସଂଗୀତ ମନର ଭାବନାକୁ ପରିପ୍ରକାଶ କରିଥାଏ। ଇଚ୍ଛାଶକ୍ତି, ଅଧ୍ୟବସାୟ, ନିଷ୍ଠା, ପ୍ରଚେଷ୍ଟା, ଏକାଗ୍ରତା ରହିଲେ ସଫଳତା ହାସଲ କରିହେବ ବୋଲି କହିଥିଲେ। ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସ୍ତମ୍ଭକାର ଡକ୍ଟର ପ୍ରିୟନାଥ ମହାପାତ୍ର, ଶିକ୍ଷା ଏକ ଜୀବନ ବ୍ୟାପୀ ସାଧନା। ଶିକ୍ଷା ଗ୍ରହଣ ପାଇଁ ବୟସ ବାଧକ ନୁହେଁ। ବୟସ ଏକ ସଂଖ୍ୟା ମାତ୍ର। କର୍ତ୍ତବ୍ୟନିଷ୍ଠା, ଏକାଗ୍ରତା ସମାୟାନୁବର୍ତ୍ତିତା, କିଛି କରିବାର ଇଛାଶକ୍ତି ରହିଲେ ସବୁକିଛି ସମ୍ଭବ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସଙ୍ଗୀତ ନାଟକ ଏକାଡେ଼ମୀ ର ଅନୁସୂୟା ସ୍ବାଇଁ, ଉମାକାନ୍ତ ସାହୁ, ରମାକାନ୍ତ ଜେନା, ମାନସ ଦାସ, ଶିକ୍ଷୟିତ୍ରୀ ସୁଚିତ୍ରା ଜେନା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *