“କପ୍ତିପଦା ଉପଖଣ୍ଡ ପାଇଁ ଯୁଗ୍ମ ଜନଶୁଣାଣୀ ଅନୁଷ୍ଠିତ”

ବାରିପଦା /ଉଦଳା( କ ବ୍ୟୁ ) ତା.୨୫/୦୫ : ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ କପ୍ତିପଦା ଉପଖଣ୍ଡ ଉଦଳାର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ଜନଶୁଣାଣୀ ଶିବିରରେ ଜିଲ୍ଲାପାଳ, ମୟୂରଭଞ୍ଜ ହେମକାନ୍ତ ସୟ ଏବଂ ଆରକ୍ଷୀ ଅଧିକ୍ଷକ ମୟୂରଭଞ୍ଜ, ବରୁଣ ଗୁଣ୍ଟୁପାଲି ଯୋଗ ଦେଇ ୧୯୩ ଗୋଟି ଜନ ଅଭିଯୋଗର ଶୁଣାଣୀ କରିଛନ୍ତି । ଉପଖଣ୍ଡର ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ, ମୟୂରଭଞ୍ଜ ଡ଼ା ଧନର୍ଜୟ ମହାନ୍ତ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ହୃଷିକେଶ ନାଏକ, ଉପଖଣ୍ଡ ଚିକିତ୍ସାଳୟ ଅଧୀକ୍ଷକ ଡା. ମିନକେତନ ମହାନ୍ତି ଯୋଗ ଦେବା ସହିତ ଉପଖଣ୍ଡର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାରଙ୍କ ସମେତ ଜିଲ୍ଲା ଓ ଉପଖଣ୍ଡ ତଥା ବ୍ଲକସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଶୁଣାଣୀ କାର୍ଯ୍ୟରେ ସହଯୋଗ କରିଥିଲେ । ସମସ୍ତ ଅଭିଯୋଗ ମଧ୍ୟରେ ୧୫୧ ଟି ବ୍ୟକ୍ତିଗତ ସମସ୍ୟା ସମ୍ବଳିତ ଥିବା ସ୍ଥଳେ ୪୨ ଗୋଟି ସାମୂହିକ ସମସ୍ୟା ସମ୍ବଳିତ ବିଷୟ ଉପରେ ଆଧାରିତ ଥିଲା । ସେଥିମଧ୍ୟରୁ ୩୩ ଗୋଟି ସମସ୍ୟାର ତତ୍‌କାଳ ସମାଧାନ କରାଯାଇ ଚିକିତ୍ସା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୨୯ ଜଣଙ୍କୁ ଏକ ଲକ୍ଷ ଏକଷଠି ହଜାର, ରେଡ଼କ୍ରସ ପାଣ୍ଠିରୁ ୨ ଜଣଙ୍କୁ ୨୦ ହଜାର ମୋଟ ଏକ ଲକ୍ଷ ଏକାଅଶିି ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା । ଆଜିର ଶୁଣାଣୀରେ ବିଭିନ୍ନ ବିଭାଗ ପାଇଁ ଆସିଥିବା ଅଭିଯୋଗ ଗୁଡିକ ମଧ୍ୟରେ ଉଦଳା ବ୍ଲକ ରାଢ଼ୋ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ୱୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ୩ ଜଣ କର୍ମଚାରୀ ନିଯୁକ୍ତି ପ୍ରକ୍ରିୟକୁ ପ୍ରଧାନ ଶିକ୍ଷକ କରାଇ ନ ଦେବା, ଖଲାଡ଼ି ପଞ୍ଚାୟତ ରାଇଦାଣ୍ଡିଆ ଗ୍ରାମ ସରକାରୀ ରାସ୍ତାରୁ ଜବର ଦଖଲ ଉଚ୍ଛେଦ, ଚୈତନଗଡ଼ି ଅôଧନସ୍ଥ ବନ୍ଧଘୁଟୁ ଗ୍ରାମରେ ନୂତନ ନଳକୂପ ଖନନ, ରାସ୍ତା ଗୃହ ନିର୍ମାଣ ବିଭାଗ ଅଧିନସ୍ଥ କପ୍ତିପଦା-ବାଲେଶ୍ୱର ରାସ୍ତାର କପ୍ତିପଦା ଗୋଲେଇ ଠାରୁ ସୋନ ନଦୀ ପର୍ଯ୍ୟନ୍ତ ରାସ୍ତାର ଦକ୍ଷିଣ ପାଶ୍ୱର୍ସ୍ଥ ଡ଼୍ରେନ ନିର୍ମାଣ, ମହାନ ସ୍ୱାଧିନତା ସଂଗ୍ରାମୀ, ସିଦ୍ଧ ଓ କାହ୍ନୁଙ୍କର ଗୁଜିପାଳ ଗ୍ରାମର ସହୀଦ ଦିବସ ପାଳନ ସ୍ଥାନରୁ ଅବରୋଧ ହଟାଇବା, ସୋଲଗଡ଼ିଆ ଗ୍ରାମର ସରକାରୀ ଜଙ୍ଗଲ ଜମି ଉପରେ ଥିବା ଆମ୍ବ ବଗିଚା ଜବରଦଖଲ ଉଚ୍ଛେଦ, ଦେୱାନ ବାହାଲୀ ପଞ୍ଚାୟତ ଡ଼ିବୁରୁ ସାହିରେ ନୂତନ ନଳକୂପ ଖନନ, ବରବାଡ଼ି ପଞ୍ଚାୟତ ନୂଆସାହି ଗ୍ରାମର ସରକାରୀ ଜଗା ଚିହ୍ନଟ କରି ଜବର ଦଖଲ ଉଚ୍ଛେଦ, ବଉଳଖଲାଡ଼ି ଗ୍ରାମର ଗୋଚର ଜମି ଓ ରାସ୍ତାକୁ ବାହାର କରିବା, ଖୁଣ୍ଟା ବ୍ଲକ ଡ଼େଙ୍ଗାମ ପଞ୍ଚାୟତ ବିପ୍ରଚରଣପୁର ଠାରୁ ସଦାମଡ଼ିହି ପର୍ଯ୍ୟନ୍ତ ନୂତନ ରାସ୍ତା ନିର୍ମାଣ, ଗୋପବନ୍ଧୁନଗର ବ୍ଲକ ଅଛଡ଼ା ମୌଜାର ଚାଷ ଜମିକୁ ଜଳ ଯୋଗାଣ ପାଇଁ ଥିବା ମୁଖ୍ୟ କେନାଲର ନିର୍ମାଣ ଓ ମରାମତି ଆଦି ଅଭିଯୋଗ ଗୁଡିକ ଉପରେ ବିଚାର କରି ତାର ସମାଧାନ ନିମନ୍ତେ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ମୟୂରଭଞ୍ଜ ନିର୍ଦ୍ଦେଶ ଦେଇଥିଲେ । ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଡେପୁଟି କଲେକ୍ଟର ପ୍ରତୀକ କୁମାର ପଣ୍ଡା ଓ କାର୍ଯ୍ୟାଳୟର କର୍ମଚାରୀ ରମେଶ ପୃଷ୍ଟି, ସତ୍ୟ ପ୍ରକାଶ ପାତ୍ର, ସାଇସ୍ୱରୂପ କର, ରେଣ୍ଟା ମୁର୍ମୁ, ବିଶ୍ୱଜିତ ବେହେରା, ଦେବଯାନୀ ସାହୁ, ପାର୍ବତୀ କିସ୍କୁ, ଶ୍ରୀତମ ମହାନ୍ତି, ହିମାଂଶୁ ଶଙ୍ଖୁଆ, ଅନୁଭବ ରାଉତ, ତାପସ ପ୍ରଧାନ, ତପୁ ପାତ୍ର, ଭବାନୀ ପଣ୍ଡା, ଅଜିତ ମହାପାତ୍ର, ତରୁଣକାନ୍ତି ମହାପାତ୍ର ଓ ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *