ଧବଳେଶ୍ୱରଙ୍କ ଚାଳ ଉଡି ବହୁତ କ୍ଷତି ହେଲା l

ଗାଇସିଲେଟ – (କ ବ୍ୟୁ )ତା 15/5 : ପଶ୍ଚିମ ଓଡ଼ିଶାରେ ଝଡ଼ ତୋଫାନ ବହୁତ କାମ ହୋଇଥାଏ l ଏବର୍ଷ ପ୍ରାୟତଃ ଝଡ଼ ହେବା ବେଶୀ ଜଣା ପଡିଛି l ଗତ ଶୁକ୍ରବାର ଚାରିଟାରେ ହଠାତ ପଶ୍ଚିମ ଦିଗରେ ବିଶେଷ ପବନ ବହି ପଦ୍ମପୁର ପଟରୁ ଏତିକି ଝଡ଼ ଉଠିଲା କ୍ଷେତଖଳରେ ଫଳନ୍ତି ଗଛ ସବୁ ଭଙ୍ଗୀ ଗଛ ନଣ୍ଡାହୋଇଯିବାର ଦେଖାଦେଇଛି l ଗଛ ଗୁଡିକ ଯଦି ଏପରି ଅବସ୍ଥା ତେବେ ଘର ଚାଲ କଣ ହୋଇ ନ ଥିବା ? ଏହାର ଭିତରେ ଜଣେ ନିରୀହ ଧବଳେଶ୍ୱର ସାହୁ ଗାଁ ଭୁତିବାହାଲ ପଞ୍ଚାୟତ ରାଇସଲପଦର ଗାଇସିଲଟ ବ୍ଲକ ବରଗଡ଼ ଜିଲ୍ଲା କୁକୁଡ଼ା ଫାର୍ମ କରି ନିଜ ଜୀବିକା ନିର୍ବାହ କରୁଥିଲେ l ଏହାରି ମଧ୍ୟରେ ଦେଖାଶୁଣା କରିବା ପାଇଁ ଚାରିଜଣ ପଇସା ଦେଇ ରଖିଥିଲେ l ଏବେ ଝଡ଼ ଯୋଗୁଁ ଘରର ଅବସ୍ଥା ଶୋଚନୀୟ ହୋଇଯାଛି l ଏତିକିରେ ସରିନାହିଁ ପୁଣି ବିଦ୍ୟୁତ ଖମ୍ବ ଉପୁଡି ତାର ଛିଣ୍ଡି ବିଦ୍ୟୁତ ନିରବିଛିନ୍ନ ହୋଇଯାଇଛି l ଫାର୍ମରେ ଥିବା କୁକୁଡ଼ା ଛୁଆ ମାରିବାରେ ଲାଗିଲେ l କାରଣ ଗ୍ରାମରେ ପାଣି ସିଞ୍ଚନ ହୋଇପାରିନାହିଁ କି କୁଳର ଯୋଗେ ଥଣ୍ଡା ହୋଇ ପାରିନାହିଁ l ଏହି ପରିପ୍ରେକ୍ଷୀରେ ବିଦ୍ୟୁତ ବିଭାଗ ବିଦ୍ୟୁତ ତାର ଲଗାଇବାରେ ବିଳମ୍ବ ଓ ଗାଁରୁ ଫର୍ମକୁ ଲାଇନ ଦେବାକୁ ନାରାଜ ହେବାରୁ କୁକୁଡ଼ା ଛୁଆ ମୃତ ସଂଖ୍ୟା ଚାରି୦ରୁ ଆରମ୍ଭ ହୋଇଯାଇଛି l ବିଚରାର ଦି ପଇସା ଲାଭ ବଦଳରେ ସମୂଳେ କ୍ଷତି ଘଟିବାର ନିରୀକ୍ଷଣ କରାଯାଉଛି l ବିଦ୍ୟୁତ ବିଭାଗକୁ ଜଣାଇ ଧବଳେଶ୍ୱର ନିରାଶରେ ମୃତକ ସଂଖ୍ୟା ଫିଙ୍ଗିବାରେ ସମୟ ପାଉନାହିଁ l ଏପଟେ ଘରେ କ୍ଷତି ଯୋଗୁଁ ପରିବାର ନିରାଶ ହୋଇ ଭାଗ୍ୟକୁ ଦୋଷ ଦେଇଛନ୍ତି ଲଘାଟଣାଟି ଦୈବିଦୁର୍ବିପାକ ଘଟଣା ହେବାରୁ ସରକାରଙ୍କୁ ଲିଖିତ ଜଣାଇବାକୁ ଅବହେଳା କରିନାହାନ୍ତି l

Leave a Reply

Your email address will not be published. Required fields are marked *