ନୟାଗଡ ବ୍ଲକ ଅଧକ୍ଷ ଙ୍କ ବିରୁଦ୍ଧ ରେ ଅନାସ୍ଥା ପ୍ରସ୍ତାବ

ନୟାଗଡ ( କ ବ୍ୟୁ ) : ନୟାଗଡ ବ୍ଲକ ଅଧ୍ୟକ୍ଷ କିଶୋର ସାହୁଙ୍କ ବିରୁଦ୍ଧ ରେ ଅନାସ୍ଥା ପ୍ରସ୍ତାବ ଆଣିଲେ 45 ଜଣ ସରପଞ୍ଚ ଓ ସମିତି ସଭ୍ୟ। ଚଳିତ ମାସ 11 ତାରିଖ ଦିନ ବ୍ୟକ୍ତିଗତ କାରଣ ଦର୍ଶାଇ ବିଜେଡି ଦଳରୁ ଇସ୍ତଫା ଦେଇଥିଲେ ବ୍ଲକ ଅଧ୍ୟକ୍ଷ। 24 ଘଣ୍ଟା ନ ପୂରଣ ହୋଇଥିବା ବେଳେ ବ୍ଲକ ଅଧକ୍ଷ ଭାରତୀୟ ଜନତା ଦଳରେ ସାମିଲ ହୋଇଥିଲେ। ଯାହାକୁ ନେଇ ନୟାଗଡ ରାଜନୀତିରେ ସରଗରମ ହୋଇଥିଲା। ଏଭଳି ସ୍ଥିତିରେ ଅଧକ୍ଷ ଦଳର ଶୃଙ୍ଖଳା ଭଙ୍ଗ ସହ କୌଣସି ସମିତି ସଭ୍ୟ ସରପଞ୍ଚ ଙ୍କୁ ନ ଜଣାଇ ବିଜେପି ରେ ସାମିଲ ହୋଇଥିବାରୁ ଦଳ ବିରୋଧୀ କାର୍ଯ୍ୟ ଦର୍ଶାଇ ସଂଘ ତରଫରୁ ଆଲୋଚନା ହୋଇ ନିଷ୍ପତ୍ତି ହୋଇଥିଲା । ଏଥିପାଇଁ ଆଜି ନୟାଗଡ଼ ବ୍ଲକର 45 ଜଣ ସରପଞ୍ଚ ଓ ସମିତି ସଭ୍ୟ ଅନାସ୍ଥା ପ୍ରସ୍ତାବ ଆଣି ନୟାଗଡ଼ ଉପଜିଲ୍ଲାପାଳ ଦେଇଛନ୍ତି। ଖୁବଶୀଘ୍ର ଏହା ଉପରେ ଗୁରୁତ୍ୱ ନେବା ପାଇଁ ସୂଚନା ଦେଇଥିଲେ । ସେପଟେ ଉପଜିଲ୍ଲାପାଳ କହିଛନ୍ତି ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନିୟମ ଅନୁଯାଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି। ତେବେ 45 ଜଣ ସରପଞ୍ଚ ଓ ସମିତି ସଭ୍ୟ ନ୍ୟାୟିକ ବ୍ୟବସ୍ଥା ଉପରେ ବିଶ୍ୱାସ ରଖିଛନ୍ତି।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *