




କଟକ
( କ ବ୍ୟୁ ) ୧୮ ମେ’ ୨୦୨୬ :
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ସଂସ୍କାର ଭାରତୀର ମିଳିତ ସହଯୋଗିତାରେ କଟକ ଶହୀଦ ଭବନ ଠାରେ ଉତ୍କଳୀୟ ସଂକୀର୍ତ୍ତନ ସମନ୍ୱୟ ମେଳା ଆୟୋଜିତ ହୋଇଥିଲା। ମେ’ ୧୭ ଓ ୧୮ ତାରିଖ ଦୁଇ ଦିନ ଧରି ଏହି ସଂକୀର୍ତ୍ତନ ମେଳା ଅନୁଷ୍ଠିତ ହୋଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀର ସର୍ବ ଅଧିକାରୀ ଶ୍ରୀ ଦେବେନ୍ଦ୍ର କୁମାର ସାହୁ, ଶ୍ରୀ ସୁରେଶ କୁମାର ସାହୁ, ଶ୍ରୀ ସୁବାଷ ଚନ୍ଦ୍ର ସାହୁ, ଶ୍ରୀ ବୀରେନ୍ଦ୍ର କୁମାର ସାହୁ, ଶ୍ରୀ ପ୍ରଦୀପ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସଂକୀର୍ତ୍ତନ ମେଳାକୁ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।
ଓଡ଼ିଶାର ସମୃଦ୍ଧ ସଂକୀର୍ତ୍ତନ ସଂସ୍କୃତି ଉପରେ ଆଲୋକପାତ କରିବା ସହ କଳା ମାଧ୍ୟମରେ ସଂକୀର୍ତ୍ତନ ଆଧ୍ୟାତ୍ମିକ ଓ ସାମାଜିକ ବାର୍ତ୍ତା ପ୍ରଦାନ କରେ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ। ଏଥିସହ “ସନାତନ ହିଁ ସମକାଳୀନ” ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ।
ଉତ୍କଳୀୟ ସଂକୀର୍ତ୍ତନ ସମନ୍ୱୟ ମେଳାରେ ଅଂଶଗ୍ରହଣ କରିଥିବା ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀମାନେ ନଗର ପରିକ୍ରମା କରିଥିଲେ। ଏଥିସହ ସଂକୀର୍ତ୍ତନ ମଣ୍ଡଳୀ ସଞ୍ଚାର, ଦକ୍ଷିଣୀ, ନଦିଆ, ସମ୍ପ୍ରଦା, ଓଡ଼ିଶୀ ସଂକୀର୍ତ୍ତନ ଆଦି ପରିବେଷଣ କରିଥିଲେ। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।