ଜିଲ୍ଲାସ୍ତରୀୟ ଆର୍ଟ ଅଫ ଗିଭିଂ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜଗତସିଂହପୁର ( କ ବ୍ୟୁ ) : ଜଗତସିଂହପୁର ସଦରମହକୁମା ସ୍ଥିତ ଆଦିକବି ଶାରଳା ଦାସ ସଂସ୍କୃତି ଭବନ ପରିସରରେ ଜିଲ୍ଲାସ୍ତରୀୟ ଆର୍ଟ ଅଫ ଗିଭିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ,କୀଟ କିସ୍ସ କ୍ରୀଡା ନିର୍ଦେଶକ ଡକ୍ଟର ଗଗନେନ୍ଦୁ ଦାସ ଙ୍କ ପ୍ରତକ୍ଷ୍ୟ ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆର୍ଟ ଅଫ ଗିଭିଂ ର ଜିଲ୍ଲା ସଂଯୋଜକ ବିଜୟ କୁମାର ସ୍ୱାଇଁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜଗତସିଂହପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ ଯୋଗଦେଇ ଏହାକୁ ଉଦଘାଟନ କରିବା ସହ ଡ଼ଃ ଅଚ୍ୟୁତ ସାମନ୍ତଙ୍କ ଏଭଳି ପ୍ରଚେଷ୍ଟାକୁ ସାରା ବିଶ୍ୱ ଆଜି ପ୍ରଶଂସା କରୁଛି ବୋଲି କହିଥିଲେ , ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବେ ଜିଲ୍ଲା ଆଥଲେଟିକ ଆସୋସିଏସନର ସମ୍ପାଦକ ତଥା ବରିଷ୍ଠ ଆଇନଜୀବୀ ଦୋଳଗୋବିନ୍ଦ ଦାସ ଯୋଗଦେଇଥିବା ବେଳେ ସମ୍ନାନିତ ଅତିଥିଭାବେ ପୁର୍ବତନ ପୋୖରାଧ୍ୟକ୍ଷ ମଧୁସୂଦନ ସାହୁ ଯୋଗଦେଇ ଡ଼ଃ ସାମନ୍ତଙ୍କ ଏଭଳି ପ୍ରୟାସକୁ ଭୁୟସୀ ପ୍ରଶଂସା କରିଥିଲେ ,ସାରା ପୃଥିବୀରେ ଏଭଳି କାର୍ଯ୍ୟକ୍ରମ ଚାଲୁଥିବାରୁ ଓ ଚଳିତ ବର୍ଷ ଜଗତସିଂହପୁର ଜ଼ିଲ୍ଲାର ବ୍ଲକ ଓ ପୌରପରିଷଦ ର 40 ରୁ ଉର୍ଧ ଭଲିବଲ ଟିମ କୁ ନେଟ ଓ ବଲ ବଣ୍ଟନ କରାଯାଇଥିଲା ,ପ୍ରଥମେ କଳିଙ୍ଗ ଟିଭିର ଜଗତସିଂହପୁର ବ୍ୟୁରୋ ଚିପି ଶୁଭଙ୍କର ଜେନା ଅତିଥିପରିଚୟ ଓ ସ୍ୱାଗତ ଭାଷଣ ଦେବା ପରେ ସଭାକାର୍ଯ୍ୟ ଅରମ୍ଭହୋଥିଲା , ଶେଷରେ କଳିଙ୍ଗ ଟୀଭି ର ଆକାଉଂଟIନ୍ସ ଅନୁପ କୁମାର ସ୍ୱାଇଁ ସମସ୍ତ ଅତିଥି , ଛାତ୍ରଛାତ୍ରୀ ,ବୁଦ୍ଧିଜୀବୀ ,ସାମ୍ବାଦିକ ଓ ଜନସାଧାରଣ ମାନଂକୁ ଧନ୍ୟବାଦ ଅର୍ପଣ କରିଥିଲେ ,ଏହି କାର୍ଯ୍ୟକ୍ରମରେ କୀଟ ର ସଂଜୀବ ମହାନ୍ତି ,ଅଞ୍ଜନ ମିତ୍ର ,କମଲ ଲୋଚନ ମହାନ୍ତି, ଗୋବିନ୍ଦ କୁମାର ସାହୁ, ପ୍ରମୁଖ ପରିଚାଳନା କରିଥିଲେ, ଏଥିରେ ବହୁ ମାନ୍ୟଗଣ ବ୍ୟକ୍ତି ,ଛାତ୍ରଛାତ୍ରୀ,,ବୁଦ୍ଧିଜୀବୀ, ଖେଳାଳି ,ସାମ୍ବାଦିକ ପ୍ରମୁଖ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *