ପେଟ୍ରୋଲ ପାଇଁ ସାଇକେଲ ଚଲେଇଲେ ମେୟର..

କଟକ( କ ବ୍ୟୁ ) : ସାଇକେଲ ଚଲାଇଲେ କଟକ ମେୟର । ଗୋଟିଏ ପଟେ ରାଜ୍ୟରେ ତୈଳ ସଙ୍କଟ ଜାରି ରହିଥିବା ବେଳେ ଆଉ ଗୋଟେ ମେୟରଙ୍କ ସାଇକେଲ ଚଲା ଚର୍ଚ୍ଚା ଜୋର ଧରିଛି। ମେୟର ସୁବାଷ ସିଂଙ୍କ ଗଡ଼ଖାଇ ସ୍ଥିତ ସରକାରୀ ବାସଭବନ ରୁ ସାଇକେଲ ଯୋଗେ ବାହାରି ଚାନ୍ଦିନୀଚୌକ, ହାଇକୋର୍ଟ ଦେଇ ଗଣେଶଘାଟ ସ୍ଥିତ cmc ର କାଠଯୋଡ଼ି ପେଟ୍ରୋଲ ପମ୍ପ ନିକଟରେ ପହଞ୍ଚିଥିଲେ। ମେୟରଙ୍କ ସହ କର୍ପୋରେଟର,ବିଜେଡି ନେତା ଏବଂ କିଛି ସ୍ବେଛାସେବୀ ସଙ୍ଗଠନର ସଦସ୍ୟ ମାନେ ଏକତ୍ର ହୋଇ ରାସ୍ତାରେ ସାଇକେଲ ଚଳାଇ ଆସିଥିଲେ। ତେବେ ବର୍ତ୍ତମାନ ଯେଉଁପରି ସାରା ଓଡିଶା ବିଶେଷ କରି କଟକ ଭୁବନେଶ୍ୱରରେ ତୈଳ ସଙ୍କଟ ଜାରି ରହିଛି ତାହାକୁ କିଛି ମାତ୍ରାରେ କମ କରିବା ପାଇଁ ସଚେତନ ମାଧ୍ୟମରେ ମେୟର ଏହି ପଦକ୍ଷେପ ନେଇଛନ୍ତି। ଅତି ଜରୁରୀ କାମ ନ ଥିଲେ ଗାଡି ନ ନେଇକି ଯିବା ପାଇଁ ମେୟର ଲୋକଙ୍କୁ ନିବେଦନ କରିଛନ୍ତି। ଗୋଟିଏ ପଟେ ମନ୍ତ୍ରୀ ରାଜ୍ୟରେ ପେଟ୍ରୋଲ ଡିଜେଲ ମହଜୁଦ ଥିବା କହୁଥିବା ବେଳେ ବାସ୍ତବରେ ତାହା ଓଲଟା। କଟକ ଏବଂ ଭୁବନେଶ୍ୱର ରେ ପେଟ୍ରୋଲ ଟାଙ୍କିରେ ନାହିଁ ନ ଥିବା ଭିଡ଼ ହେଉଛି। ସଠିକ ସମୟରେ ଆବଶ୍ୟକୀୟ ତେଲ ଯୋଗାଣ କରିଥାନ୍ତେ ତାହା ଏଭଳି ପରିସ୍ଥିତି ସୃଷ୍ଟି ହୋଇ ନ ଥାନ୍ତା ବୋଲି ମେୟର କହିଛନ୍ତି। ରାଜ୍ୟ ସରକାରଙ୍କ ସଚିବ ପେଟ୍ରୋଲ ପମ୍ପ ବୁଲି ଦେଖନ୍ତୁ ସେ ନିଜେ ଜାଣିପାରିବେ ବୋଲି ସେ କହିଛନ୍ତି । ଏଥିସହିତ ମହାନଗର ନିଗମର ଅଧିକାରୀ ଏବଂ କର୍ମଚାରୀ ମାନେ ସରକାରୀ ଗାଡି ସପ୍ତାହକୁ ଥରେ ସୋମବାର ଦିନ ଗାଡି ବ୍ୟବହାର ନ କରିବାକୁ ମଧ୍ୟ ମେୟର ନିର୍ଦ୍ଦେଶ ଦେଇଛନ୍ତି I

Leave a Reply

Your email address will not be published. Required fields are marked *