
ପେଟ୍ରୋଲ, ଡିଜେଲ, ସିଏନଜି ରନ୍ଧନ ଗ୍ୟାସ ଦର ବୃଦ୍ଧି ବିରୁଦ୍ଧରେ ଏସୟୁସିଆଇ ( କମ୍ୟୁନିଷ୍ଟ) ପକ୍ଷରୁ ବିକ୍ଷୋଭ
କଟକ ( କ ବ୍ୟୁ ) ତା ୧୬. ୦୪/ : ଅନ୍ତର୍ଜାତୀୟ ତୈଳ ସଙ୍କଟ ଆଳରେ ଗତ ୩ ଦିନଧରି କେନ୍ଦ୍ର ଓ ରାଜ୍ୟ ବିଜେପି ସରକାର ସମଗ୍ର ଦେଶରେ ତେଲ ଟାଙ୍କି ମାନଙ୍କରେ ପରିକଳ୍ପିତ ଭାବରେ ଅଚଳାବସ୍ଥା ସୃଷ୍ଟି କରିବାପରେ ଗତକାଲି ପେଟ୍ରୋଲ, ଡିଜେଲ ଓ ସିଏନଜି ଦରବୃଦ୍ଧି କରିଛନ୍ତି। ଏହା ପୂର୍ବରୁ ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଆଳରେ କେନ୍ଦ୍ର ସରକାର ଘରୋଇ ଓ ବ୍ୟବସାୟିକ ରନ୍ଧନ ଗ୍ୟାସ ର ମୂଲ୍ୟ ବୃଦ୍ଧି କରିଥିଲେ। ପେଟ୍ରୋଲ , ଡିଜେଲ ଓ ସିଏନଜି ଦରବୃଦ୍ଧି ଫଳରେ ବସ୍ ଭଡ଼ା, ଅଟୋ ଭଡ଼ା ସମେତ ସମସ୍ତ ଚାଉଳ, ଡାଲି, ତେଲ ସମେତ ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦରବୃଦ୍ଧି ଘଟିଛି। ଗୋଟିଏ ଦିଗରେ ସାଧାରଣ ଲୋକଙ୍କର ଚାକିରି ଯାଉଚି, ଆୟ ହ୍ରାସ ପାଉଛି, ବେକାରୀ ଉଦବେଗଜନକ ହୋଇଚି। ଅନ୍ୟଦିଗରେ ବ୍ୟାପକ ଦରବୃଦ୍ଧି ଫଳରେ ସାଧାରଣ ଲୋକଙ୍କ ପାଇଁ ବେଡି ଉପରେ କୋରଡ଼ା ମାଡ଼ ସଦୃଶ ହୋଇଚି। ଏହି ଭଳି ପରିସ୍ଥିତିରେ ତୁରନ୍ତ ପେଟ୍ରୋଲ ପମ୍ପ ମାନଙ୍କରେ ପରିସ୍ଥିତି ସ୍ୱାଭାବିକ କରିବା ଓ ବର୍ଦ୍ଧିତ ପେଟ୍ରୋଲ, ଡିଜେଲ, ସିଏନଜି ଓ ରନ୍ଧନ ଗ୍ୟାସ୍ ର ଦର ହ୍ରାସ କରିବା ଦାବିରେ ଆଜି ଏସୟୁସିଆଇ ( କମ୍ୟୁନିଷ୍ଟ) କଟକ ଜିଲ୍ଲା କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲ୍ଲା ସମ୍ପାଦକ ବିଶ୍ୱାବସୁ ଦାସ ଙ୍କ ନେତୃତ୍ୱରେ ଅନୁଷ୍ଟିତ ଏହି ବିକ୍ଷୋଭରେ ଖଗେଶ୍ବର ସେଠୀ, ରାଜକିଶୋର ମଲ୍ଲିକ, ବବି ବଳବନ୍ତରାୟ,ବସନ୍ତ ନାୟକ, ଭାଗ୍ୟରବି ଦାସ, ଦିପକ ଦାସ, ବିନୋଦ ସେଠୀ, ତରୁଣସେନ ନାୟକ, ଇଶା ଧର, ସୌଭାଗ୍ୟ ସାମଲ, ଅକ୍ଷୟ ରାଉଳ, ଶୁଭସ୍ମିତା ସାହୁ, ଆଇନଜୀବୀ ପ୍ରତାପ ମିଶ୍ର, ସିପ୍ରା ମହାନ୍ତି, ସ୍ୱାଧିନୀ ବେହେରା, ଜୋତ୍ସାରାଣୀ ଦାସ, ଭାଗ୍ୟଶ୍ରୀ ପ୍ରଧାନ, ରାଜେଶ ରାଉତ ପ୍ରମୁଖ ନେତୃତ୍ୱ ନେଇଥିଲେ।