ଭୁଲି ଗଲାଣି ପୌରପାଳିକାର ଅତିକ୍ରମଣ ଉଛେଦ ଅଭିଯାନ, ଉଚ୍ଚନ୍ୟାଳୟ ର ନିର୍ଦ୍ଦେଶ କୁ କାର୍ଯ୍ୟକାରୀ ଅମାନ୍ୟ

ରାଜଗାଙ୍ଗପୁର (କ.ବ୍ୟୁ) : ପ୍ରାୟ ଏକ ମାସ ତଳେ ଡାକ ବାଜି ସାହାର୍ଯ୍ୟ ରେ ପୌରପାଳିକା ରାଣୀବନ୍ଧ ଠାରୁ ଲିପଲୋଇ ପର୍ଯ୍ୟନ୍ତ ଅତିକ୍ରମଣ ଉଛେଦ କରିବା ପାଇଁ ଘୋଷଣା କରି ଚେତାବନୀ ଦେଇଥିଲେ ତାହା ଆଜି ପର୍ଯ୍ୟନ୍ତ ଘୋଷଣାଟି ସିମିତ ରହିଗଲା l ପୌରପାଳିକାର ଅତିକ୍ରମଣ ଉଛେଦ ଅଭିଯାନ, ଗତ ମାର୍ଚ୍ଚ ମାସରେ ପୌରପାଳିକା ଦ୍ୱାର ଡାକବାଜି ମାଧ୍ୟମରେ ରାଣୀବନ୍ଧରୁ ସୁଭାଷ ଛକ ଏବଂ ସୁଭାଷ ଛକରୁ ବସ୍ ଷ୍ଟାଣ୍ଡ ଠାରୁ ଲିପଲୋଇ ପର୍ଯ୍ୟନ୍ତ ସହରରେ ବେଆଇନ ଭାବରେ ନିର୍ମିତ ଦୋକାନ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନ ହଟାଇଵା ପାଇଁ ଚେତାବନୀ ଦେଇ ଥିଲେ,l ମାତ୍ର ଇତି ମଧ୍ୟରେ ଦୁଇ ମାସ ଅତିବାହିତ ହେଲାଣି ଏହା କାର୍ଯ୍ୟକାରୀ ହୋଇପାରିଲା ନାହିଁ, ସାଧାରଣରେ ଅଭିଯୋଗ ହେଉଛି ଯେ, କେବଳ ଜନସାଧାରଣ ଙ୍କୁ ଭୁଆଁ ବୁଲାଇବା ପାଇଁ ପୌର ପାଳିକାର ପ୍ରଶାସନ ଘୋଷଣା ଆଦେଶକୁ ଠେଙ୍ଗା ଦେଖାଉଛନ୍ତି । ଗତ କିଛି ବର୍ଷ ତଳେ ବସ ଷ୍ଟାଣ୍ଡ କୁ ଚଉଡା କରିବା ପାଇଁ ପୃତ୍ତ ବିଭାଗ ଠାରୁ 10ଫୁଟ ରାସ୍ତା ଦେବା ପାଇଁ ଅନୁରୋଧ କରିବା ପରେ ପୃର୍ତ୍ତ ବିଭାଗ 10 ଫୁଟ ରାସ୍ତା ପାଇଁ ଛାଡ଼ କରି ଦେଇଥିଲା l ପରେ ପୌର ପାଳିକା ପକ୍ଷରୁ ସେଠାରେ ଦୋକାନ ଗୃହ ନିର୍ମାଣ କରି ଅନିୟମିତତା ରେ ଗୃହ ବଣ୍ଟନ କରାଯାଇ ଥିବା ଅଭିଯୋଗ ହୋଇ ଆସୁ ଅଛି l ବର୍ତମାନ ଉକ୍ତ ରାସ୍ତାକୁ ବ୍ୟବସାୟୀ ମାନେ ରାସ୍ତା ଅବରୋଧ ରେ ଗୋଟିଏ ବସ ଅତିକ୍ରମ କଲେ ଅନ୍ୟ ବସ ଯାଇ ପାରୁ ନାହିଁ ଯାହାକି ପୁର୍ନବସ ଭବ ହୋଇ ଯାଇଛି l ଘଟଣା ଅନୁଯାଇ ,ରାଜଗାଙ୍ଗପୁର ସହରରେ ଦିନକୁ ଦିନ ରାସ୍ତା ଅବରୋଧ ବୃଦ୍ଧି ପାଉଥିବା ବେଆଇନ ଉଠା ଦୋକାନ ଠେଲା, କେବିନ, ଏବଂ ସ୍ଥାୟୀ ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକ ଯୋଗୁ ବ୍ୟାପକ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଏହାକୁ ଦୃଷ୍ଟିରେ ରଖି ଜଣେ ସ୍ଥାନୀୟ ସଚେତନ ନାଗରିକ ଶିଶିର କୁମାର ପ୍ରଧାନ ୨୦୧୬ରେ ବେଆଇନ ଦୋକାନ ହଟାଇ ରାସ୍ତାରୁ ଜବରଦଖଲ ଉଠାଇବା ପାଇଁ ହାଇକୋର୍ଟରେ ଏକ ଆବେଦନ କରିଥିଲେ। ଆବେଦନର ଶୁଣାଣି କରି ଓଡ଼ିଶା ହାଇକୋର୍ଟ ସୁନ୍ଦରଗଡ଼ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କୁ ଜବରଦଖଲ ଭାଙ୍ଗିବା ପାଇଁ ନିର୍ଦ୍ଦ ଦେଇଥିଲେ ଏହା ପରେ, ଜିଲ୍ଲା କଲେକ୍ଟରଙ୍କ ନିର୍ଦ୍ଦେଶରେ, କିଛି ସ୍ଥାନରେ ପୌର ପ୍ରଶାସନ ଦୋକାନ ନିର୍ମାଣକୁ ସ୍ଥଗିତ ରଖିବା ସହିତ ସହରର ମୁଖ୍ୟ ମାର୍ଗରୁ ଜବରଦଖଲ ହଟାଇବା ପ୍ରକ୍ରିୟା ଆରମ୍ଭ କରି ଗତଫେବୃଆରୀ ମାସର ଚତୁର୍ଥ ସପ୍ତାହରେ ଡାକବାଜି ମାଧ୍ୟମରେ ରାଣୀବନ୍ଧରୁ ସୁଭାଷ ଛକ ଏବଂ ସେଠାରୁ ବସ୍ ଷ୍ଟାଣ୍ଡ ଏବଂ ଲିପଲୋଇ ପର୍ଯ୍ୟନ୍ତ ସହରରେ ବେଆଇନ ଭାବରେ ନିର୍ମିତ ଦୋକାନ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନ ହଟାଇ ପାଇଁ ଚେତାବନୀ ଦେଇଥିଲେ । କିନ୍ତୁ ଏହାପରେ ତିନି ମାସ ଅତିବାହିତ ହେବାକୁ ବସିଲାଣି, ଚେତାବନୀ ପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ପାରିନାହିଁ, ଉଲେଖନୀୟ ଯେ, କିଛି ବର୍ଷ ପୂର୍ବେ ଏହିପରି ଜବରଦଖଲ ହଟାଇବା ପାଇଁ ସମାନ ପ୍ରୟାସ କରାଯାଇଥିଲା କିନ୍ତୁ କେବଳ ଛୋଟ ଦୋକାନ ହଟାଇବା ପରେ କାମ ବନ୍ଦ କରାଯାଇଥିଲା, କିନ୍ତୁ ସେହି ସ୍ଥାନରେ ବର୍ତ୍ତମାନ ସମୟରେ ଅଧିକ ଭାବରେ ପୁଣି ଜବରଦଖଲ ସୃଷ୍ଟି ହୋଇଛି। ଏହି ପରିପେକ୍ଷୀରେ ଜିଲ୍ଲାପଳଙ୍କ ନିର୍ଦେଶ ପରେ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଗୋବିନ୍ଦ ଦଣ୍ଡସେନା ସହରରେ ଜବରଦଖଲ ହଟାଇବା ପ୍ରକ୍ରିୟା ଖୁବ୍ ଶୀଘ୍ର ଆନୁଷ୍ଠାନିକ ଭାବରେ ଆରମ୍ଭ ହେବ ଏବଂ ଆଗାମୀ ଦିନରେ ପୁଣି ଯେପରି ଜବରଦଖଲ ନହୁଏ ସେ ଦିଗରେ ଦୃଷ୍ଟି ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ, ମାତ୍ର ଏହା କେବଳ ପ୍ରତିଶୃତି ରେ ରହିଯିବ ଏବଂ ଅତିକ୍ରମଣ ଆହୁରି ବଢିବ ବୋଲି ସାଧାରଣରେ ଆଲୋଚନା ହେଉଛି। ପୌର ପରିଷଦ ଉଚ୍ଚ ନ୍ୟାଳୟ ର ଆଦେଶକୁ ଭୁକ୍ଷଭ ନ କରିବା ତାର ପ୍ରମାଣ ରାଜଗାଙ୍ଗପୁର ସାମ୍ବାଦିକ ସଙ୍ଘ ନିକଟରେ ପଡି ରହିଛି l

(ରାଜଗାଙ୍ଗପୁରରୁ ଅବଦୁଲ ରଜାକ ଖାନଙ୍କ ରିପୋର୍ଟ )

Leave a Reply

Your email address will not be published. Required fields are marked *