ଗତ ୧୦ ମଇ ଠାରୁ ନିଖୋଜ ଯୁବକ ବାବୁଲାଲଙ୍କ ମୃତଦେହ ଉଦ୍ଧାର କଳା ପୁଲିସ,ପ୍ରେସ ବିଜ୍ଞପ୍ତି ରେ ସୂଚନା – ଅତିରିକ୍ତ ଆରକ୍ଷିକ ଅଧିକ୍ଷକ ଶାନ୍ତା ନୂତନ ସାମଦ

ରାଜଗାଙ୍ଗପୁର (କ.ବ୍ୟୁ) : ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଗର୍ଭଣା ପଞ୍ଚାୟତ ପଦା ଜାମପାଲି ଗ୍ରାମରେ ଜଣେ ଯୁବକ ବାବୁଲାଲ ବିଗତ ୧୦ ମଇ ରବିବାର ଠାରୁ ନିଖୋଜ ଥିଲା ଯାହାର ର ମୃତଦେହ ଆଜି ରାଜଗାଙ୍ଗପୁର ପୁଲିସ ଧୋବାପଡ଼ାରୁ ଉଦ୍ଧାର କରିଛି , ରାଜଗାଙ୍ଗପୁର ଥାନା ପରିସର ରେ ଅତିରିକ୍ତ ଆରକ୍ଷିକ ଅଧିକ୍ଷକ ଶାନ୍ତା ନୂତନ ସାମଦ ପ୍ରେସ ବିଜ୍ଞପ୍ତି ରେ ଗଣପ୍ରତିନିଧି ମାନଙ୍କୁ ସୂଚନା ଦେଇଛନ୍ତି ଯେ ଅଗ୍ନିଶମ କର୍ମଚାରୀ ଓ ଡଗସ୍କ୍ୱାର୍ଡ ସହାୟତାରେ ନିଖୋଜ ହେବାର 30 ଘଣ୍ଟା ପରେ ଏକ ନାଳରୁ ବାବୁଲାଲଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସାଇଣ୍ଟିଫିକ ଟିମ ସହ ପୋଲିସ ର ତଦନ୍ତ ଜାରି । ଖୁବ ଶୀଘ୍ର ରାଜଗାଙ୍ଗପୁର ପୋଲିସ ଏହି ଘଟଣା ଉପରୁ ପର୍ଦାଫାଶ କରିବ ବୋଲି ସୂଚନା ରହିଛି । ବାବୁଲାଲଙ୍କ ମୃତଦେହ ପଞ୍ଚନାମା ପରେ ତାଙ୍କ ପରିବାର ଲୋକ ଙ୍କୁ ହସ୍ତାନ୍ତରଣ କରାଯାଇଥିବା ଜଣାପଡ଼ିଛି। ବାବୁଲାଳ ତାଙ୍କ ପଛେ ପତ୍ନୀ, ୨ ଟି ଝିଅ ଓ ୧ ପୁଅ ଛାଡ଼ି ଯାଇଛନ୍ତି । ତାଙ୍କ ପରିବାର ରେ ଶୋକ ର ଛାଯା ଖେଲି ଯାଇଛି ।

(ରାଜଗାଙ୍ଗପୁରରୁ ଅବଦୁଲ ରଜାକ ଖାନଙ୍କ ରିପୋର୍ଟ )

Leave a Reply

Your email address will not be published. Required fields are marked *