ନୟାଗଡ ( କ ବ୍ୟୁ ) : ନୟାଗଡ ଗୋଲେଇ ଛକ ଠାରେ ଜିଲ୍ଲା ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ। ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେଉଥିବା ବେଳେ ୩ ଟି ରାଜ୍ୟ ରେ ବିଜେପି ସରକାର କରିଛି। ପଶ୍ଚିମ ବଙ୍ଗ, ପଣ୍ଡିଚେରୀ ଓ ଆସାମ ରେ ବିଜେପି ର ବହୁ ଜନ ମତ ପାଇ ବିଜୟ ହୋଇଛି। ଏହି ବିଜୟ କୁ ନେଇ ସାରା ଦେଶରେ ବିଜୟ ଉତ୍ସବ ପାଳନ କରାଯାଉଛି। ନୟାଗଡ ଜ଼ିଲ୍ଲା ବିଜେପି ପକ୍ଷରୁ ଗୋଲେଇ ଛକ ରେ ବାଜା, ବାଣ, ନାଚ ସାଙ୍ଗକୁ ଝାଲମୁଢି ଖାଇ ବିଜୟ ଉତ୍ସବ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ବିଜେପି ର ବହୁ ନେତା ମାନେ ସାମିଲୀ ହୋଇଥିଲେ। ୨ ଦିନ ପରେ ରାଜ୍ୟ ସରକାର ଙ୍କ ନିଷ୍ପତି କ୍ରମେ ପୁଣି ବିଜୟ ଉତ୍ସବ ପାଳନ କରାଯିବ ବୋଲି ବିଜେପି ନେତା କହିଛନ୍ତି।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ