ନୟାଗଡ ( କ ବ୍ୟୁ ) : ହାତୀ ଆକ୍ରମଣ ରେ ମହିଳା ମୃତ୍ୟୁ। ହାତୀ କୁ ଘଉଡ଼ାଇ ଵା ପାଇଁ ବନ ବିଭାଗ ଚେଷ୍ଟା। ନୟାଗଡ଼ ଜିଲ୍ଲା ମହିପୁର ବନାଞ୍ଚଳ ବରକୋଳା ଗାଁ ମଝିସାହିର ତିଳତମା ପ୍ରଧାନ ସବୁଦିନ ଭଳି ଆଜି ମଧ୍ୟ କାଜୁ ତୋଳିବା ପାଇଁ କାଜୁ ବଗିଚାକୁ ଯାଇଥିଲେ। କାଜୁ ତୋଳିବା ସମୟରେ ଦନ୍ତା ହାତୀ ଆକ୍ରମଣ କରିଥିଲା। ମହିଳା ହାତୀ କବଳରୁ ଖସିଆସିବା ପାଇଁ ବହୁ ଚେଷ୍ଟା କରିଥିଲେ ତିଳତମା କିନ୍ତୁ ହାତୀ ତାଙ୍କୁ ଗୋଡେଈ ସୁଣ୍ଢରେ ମାରୀ ପାଦରେ ଦଳିଦେଈଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଗାଁ ର ଆଉ କିଛି ମହିଳା ମଧ୍ୟ କାଜୁ ତୋଳିବା ପାଇଁ ଜାଈଥିଲେ ସେମାନଙ୍କୁ ମଧ୍ୟ ହାତୀ ମାରିବା ପାଇଁ ଗୋଡେଈଥିଲା। କିଛି ମହିଳା ଖସି ଚାଲି ଆସିଥିଲେ। ହାତୀ ପଲ ଲୋକଙ୍କ ଫସଲ ନଷ୍ଟ କରିବା ସହ ଲୋକଙ୍କୁ ମଧ୍ୟ ମାରୁଛନ୍ତି କିନ୍ତୁ ସେପଟେ ହାତୀ ଜଗୁଆଳି ବା ବନବିଭାଗ ନିରବ। ଲୋକଙ୍କୁ ସତର୍କ ରହିବାକୁ ମଧ୍ୟ କୌଣସି ଶୁଚନା ଦେଉନାହିଁ ବନବିଭାଗ। ଯାହା ଫଳରେ କି ନିରିହ ଲୋକଙ୍କ ଜୀବନ ଚାଲିଯାଉଛି।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ