ନୟାଗଡ ମୁନିସିପାଲିଟି ଅଂଚଳ ରେ କଙ୍ଗାରୁ କୋର୍ଟ, ପରିବାର କୁ ବାସନ୍ଦ

ନୟାଗଡ ( କ ବ୍ୟୁ ) : ନୟାଗଡ ମୁନିସିପାଲିଟି ଅଂଚଳ ରେ କଙ୍ଗାରୁ କୋର୍ଟ। ୫ ନମ୍ବର ୱାର୍ଡ ର ୨ ଟି ପରିବାର କୁ ନିଆଁ ପାଣି ବାସନ୍ଦ କରାଯାଇଛି। ନୟାଗଡ ଜ଼ିଲ୍ଲା ରେ ଦିନକୁ ଦିନ କଙ୍ଗାରୁ କୋର୍ଟ ବୃଦ୍ଧି ପାଇବାରେ ଲାଗିଛି। ଗାଁ ନିଷ୍ପତି ଅନୁସାରେ ଖାପ ପଂଚାୟତ ବସି ଦଣ୍ଡିତ କରାଯାଇଛି। ଖାପ ପଂଚାୟତ ନିଷ୍ପତି ଅନୁସାରେ ନିଆଁ ପାଣି ବାସନ୍ଦ କରାଯାଉଛି। ଏଭଳି ଅଭିଯୋଗ କରିଛନ୍ତି ନୟାଗଡ ମୁନିସିପାଲିଟି ୫ ନମ୍ବର ୱାର୍ଡ ର ରୀନା ଘଡେଇ। ତାଙ୍କ ର ଜମି କୁ ସରକାରୀ ଜମି ଦର୍ଶାଇ ଉଛେଦ କରାଯାଇଛି। ଏହାକୁ ନେଇ କୋର୍ଟ ର ଦ୍ୱାରସ୍ତ ହୋଇଛନ୍ତି। କୋର୍ଟ କୁ କାହିଁକି ଗଲେ ଏନେଇ ପରିବାର କୁ ନିଆଁ ପାଣି ବାସନ୍ଦ କରାଯାଇଛି। ଏନେଇ ପରିବାର ଲୋକ ନୟାଗଡ ଜ଼ିଲ୍ଲାପାଳ ଙ୍କ ଜନ ଅଭିଯୋଗ ରେ ଅଭିଯୋଗ କରିଛନ୍ତି। ଜ଼ିଲ୍ଲାପାଳ କହିଛନ୍ତି ଖୁବଶୀଘ୍ର ସମାଧାନ କରାଯିବ।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *