ନୟାଗଡ ( କ ବ୍ୟୁ ) : ଜମି ବିବାଦ କୁ ନେଇ ୨ ଗୋଷ୍ଠି ଙ୍କ ମଧ୍ୟରେ ସଂଘର୍ଷ। ୨ ଜଣ ମହିଳା ଙ୍କୁ ଗୁରୁତର ଅବସ୍ଥାରେ ନୟାଗଡ ମୁଖ୍ୟ ଚିକିତ୍ସାଳୟ ରେ ଭତ୍ରୀ। ନୟାଗଡ ଜ଼ିଲ୍ଲା ସରଣକୁଳ ଥାନା ଜାମୁସାହି ଗାଁର ବାବୁଲା ନାୟକ ଙ୍କ ପରିବାର ଏକ ଦେବୋତର ଜମି ରେ ରହୁଥିଲେ। ସେ ରହୁଥିବା ଜମିକୁ ଗ୍ରାମବାସୀ ମାନେ ବିରୋଧ କରୁଥିଲେ। କିଛି ଦିନ ତଳେ ଗାଁ ରେ ଡ୍ରାମା ଚାଲିଥିବା ବେଳେ ୨ ଗୋଷ୍ଠି ଙ୍କ ମଧ୍ୟରେ ମାଡ଼ ପିଟିହୋଇଥିଲେ। ପୋଲିସ ଆପସ ସମାଧାନ ପାଇ ଚେଷ୍ଟା ଚଳାଇଥିଲା। ଆଜି କୌଣସି କାରଣ କୁ ନେଇ ସେହି ଗାଁର ୨ ଗୋଷ୍ଠି ମହିଳା ଓ କିଛି ପୁରୁଷ ଙ୍କ ମଧ୍ୟରେ ମାଡିପିଟି ହୋଇଥିଲା। ସେଥିରେ ବାବୁଲା ନାୟକ ଙ୍କ ସ୍ତ୍ରୀ ଓ ଝିଅ ଗୁରୁତର ଆହାତ ହୋଇଛନ୍ତି। ତାଙ୍କୁ ନୟାଗଡ ମୁଖ୍ୟ ଚିକିତ୍ସାଳୟ ରେ ଭତ୍ରୀ କରିଛନ୍ତି। ଗ୍ରାମବାସୀ ମାନେ ଦେବୋତର ଜମିରେ ରହୁଥିବା ଘର କୁ ଭାଙ୍ଗି ଦେଇଛନ୍ତି। ଗାଁରେ ଉତେଜନା ଲାଗିରହିଛି। ସରଣକୁଳ ପୋଲିସ ଉଭୟ ଗୋଷ୍ଠିର ୭ ଜଣ ମହିଳା ଙ୍କୁ ଅଟକ ରଖିଥିବା ସରଣକୁଳ SDPO କହିଛନ୍ତି।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ