ଭାପୁର ବଜାରରେ ଜବର ଦଖଲ ଉଚ୍ଛେଦ।

ଭାପୁର ( କ ବ୍ୟୁ ) : ଭାପୁର ବଜାରରେ ପ୍ରଶାସନ ପକ୍ଷରୁ ଆଜି ଜବରଦଖଲ ଉଚ୍ଛେଦ ଆରମ୍ଭ କରାଯାଇଛି । ପ୍ରଶାସନର ନାଲି ଆଖିରେ ସହ ସହ ଦୋକାନୀ ସର୍ବହରା ହୋଇପଡ଼ିଛନ୍ତି। ନୟାଗଡ ଜିଲ୍ଲା ଭାପୁର ଵଜାରରେ ବୁଲିଛି ବୁଲଡୋଜର। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମନରେ ଅସନ୍ତୋଷ ଦେଖିବାକୁ ମିଳୁଛି। ଉଦ୍ ଉଦିଆ ଖରାରେ ଲୋକମାନେ ଦୋକାନରୁ ସମସ୍ତ ଜିନିଷ କାଢି ନେଉଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଖଣ୍ଡପଡ଼ା ଠାରୁ ଫତେଗଡ ରାସ୍ତାର ପ୍ରଶସ୍ତିକରଣ ପାଇଁ ଭାପୁର ବଜାର ଜବରଦଖଲ ଉଚ୍ଛେଦ କରାଯିବା ପାଇଁ ପୂର୍ବରୁ ନୋଟିସ ଜାରି କରଯାଇଥିଲା। ଏନେଇ ଆଜି ପ୍ରଶାସନିକ ଅଧିକାରୀଙ୍କ ସମେତ 5 ପ୍ଲାଟୁନ ପୋଲିସ ଫୋର୍ସ ଉପସ୍ଥିତିରେ ଏହି ଉଚ୍ଛେଦ କରାଯାଇଛି । ରାସ୍ତାର ଉଭୟ ପାର୍ଶ୍ବରେ ଥିବା ୫୦ରୁ ଊର୍ଦ୍ଧ୍ବ ବାସଗୃହ ଓ ଦୋକାନକୁ ଭଙ୍ଗାଯାଇଛି । ଏହି ଉଚ୍ଛେଦ ପ୍ରକ୍ରିୟା ଯୋଗୁଁ ଭାପୁର ବଜାରରେ ବ୍ୟବସାୟ ପ୍ରଭାବିତ ହେଉଛି। ବିଶେଷକରି ଆଗକୁ ସାବିତ୍ରୀ ଭଳି ପର୍ବ ଆସୁଥିବା ବେଳେ ଏବେ ବାହାଘର ଋତୁ ଚାଲିଛି। ଫଳରେ ଉଚ୍ଛେଦ ପରେ ବ୍ୟବସାୟୀମାନେ ଅସୁବିଧାର ସମ୍ମୁଖୀନ ହେବେ। ତେବେ ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ଵରେ ସରକାରୀ ଜମିରେ ଥିବା ଜବର ଦଖଲକୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଥିବା ବେଳେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି। ଉଚ୍ଛେଦ ବେଳେ ରାଜସ୍ବ ବିଭାଗ, ପୁଲିସ ପ୍ରଶାସନର ଟିମ୍ ଉପସ୍ଥିତ ରହିଛନ୍ତି ।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *