ନୟାଗଡ ( କ ବ୍ୟୁ ) : ବର ଘରୁ ନବ ବଧୂକୁ ଉଠାଇ ଆଣିଲା ଚାଇଲ୍ଡ ଲାଇନ। ନବ ବଧୂକୁ CWC ରେ ହାଜର। ଗତ ଗୁରୁବାର ଦିନ ଇଟାମାଟି ଥାନା ଡେଙ୍ଗେରାଗୋଡି ଗାଁର ଦିଲ୍ଲୀପ କୁମାର ପରିଡା ଙ୍କ ସହିତ ଫତେଗଡ଼ ଥାନା ଅଂଚଳ ର ଜଣେ ନାବାଳିକା ସହିତ ବୈଦିକ ରୀତିରେ ବିବାହ ହୋଇଥିଲା। ସେହି ଦିନ କନ୍ୟା ଆସି ବର ଘରେ ରହିଥିଲା। ଶୁକ୍ରବାର ଦିନ ନୟାଗଡ ଚାଇଲ୍ଡ ଲାଇନ ଖବର ପାଇଥିଲା ଦିଲ୍ଲୀପ ସହିତ ଜଣେ ନାବାଳିକା ସହିତ ବିବାହ ହୋଇଛି। ଚାଇଲ୍ଡ ଲାଇନ ବର ଘରୁ ନାବାଳିକା କୁ ଉଠାଇ ଆଣି ସାକ୍ଷୀ ସେଣ୍ଟର ରେ ରଖିଛି। ଦିଲ୍ଲୀପ ଙ୍କ ମା ହେଉଛନ୍ତି ସେହି ଗାଁ ଅଙ୍ଗନବାଡି କେନ୍ଦ୍ର ର ପାଚିକା ସହାୟିକା। ସେ ଘର ଘର ବୁଲି ବାଲ୍ୟ ବିବାହ ଉପରେ ସଚେତନ କରୁଥିବା ବେଳେ ସେ କିଭଳି ନିଜ ପୁଅକୁ ବିବାହ କରୁଥିଲେ। ନୟାଗଡ ସିଡିପିଓ ତଦନ୍ତ କରୁଛନ୍ତି। ରବିବାର ଗାଁ ରେ ଭୋଜି ଦେବାକୁ ବିବାହ କାର୍ଡ ବଣ୍ଟା ହୋଇଥିବା ବେଳେ କନ୍ୟା କୁ ୧୮ ବର୍ଷ ହେବା ପରେ ବିବାହ କରାଯିବ।
ନୟାଗଡ ରୁ ବିଶ୍ଵନାଥ ଘଡେଇ ଙ୍କ ରିପୋର୍ଟ