ନୟାଗଡ ଜାମୁସାହି ଗାଁରେ କଙ୍ଗାରୁ କୋର୍ଟ

ନୟାଗଡ ( କ ବ୍ୟୁ ) 5/5/26 : ନୟାଗଡରେ କଙ୍ଗାରୁ କୋର୍ଟକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ। ,ଗାଁ ସଭାପତିଙ୍କ କଥା ନ ମାନିବାରୁ ଗୋଟିଏ ପରିବାର ଉପରେ ଗାଁ ଲୋକଙ୍କ ସଂଘବଧ ଆକ୍ରମଣ କରିଛନ୍ତି । ପୋଲିସ ଉପସ୍ଥିତି ଏହି ଗୋଷ୍ଠୀ ସଂଘର୍ଷ ହୋଇଛି ,ଏଥିରେ ଗୋଟିଏ ପରିବାରର 5 ଜଣ ଆହାତ ହୋଇଛନ୍ତି, ଗାଁ ଲୋକ ମାନେ ଘର ଭାଙ୍ଗି ଆସବାପତ୍ର ଲୁଟ କରିଥିବା ଅଭିଯୋଗ ହୋଇଛି , ଗାଁ ଲୋକଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ବାବୁଲା ନାୟକଙ୍କ ପରିବାର ଲୋକଙ୍କୁ ନୟାଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିକରାଯାଇଛି ।
ଗାଁ ଠାକୁରଙ୍କ 4 ଡ଼ିସିମିଲି ଜାଗା ବାଡ଼ି ବିବାଦକୁ କେନ୍ଦ୍ର କରି ବାବୁଲା ନାୟକଙ୍କ ପରିବାର ଉପରେ ଗ୍ରାମବାସୀ ମାନେଙ୍କ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ ବାବୁଲାଙ୍କ ପରିବାର ଲୋକ ଯେଉଁ ଜାଗାରେ ଘର ନିର୍ମାଣ କରୁଛନ୍ତି ତାହା ଗାଁ ଠାକୁରଙ୍କ ଜମି । କିନ୍ତୁ ଏହାକୁ ବାବୁଲାଙ୍କ ପରିବାର ବହୁ ବର୍ଷ ହେଲା ଦଖଲ ରହିଛନ୍ତି। ଗାଁ ଲୋକେ ଏହାକୁ ଉଚ୍ଛେଦ ପାଇଁ ଉଦ୍ୟମ କରିବା ରୁ ବିବାଦ ଦେଖା ଦେଇଛି।
ପୂର୍ବରୁ ଗାଁ ଠାକୁରଙ୍କ ଜାଗା ବିବାଦକୁ ନେଇ ଗ୍ରାମ ବାସୀଙ୍କ ଦ୍ଵାରା ଏକ ଘରିଆ ଥିଲେ ବାବୁଲାଙ୍କ ପରିବାର , ଯିଏ କଥା ହେବ ଦେବ 5000 ଫାଇନ ।

ଏଭଳି ଘଟଣା ଘଟିଛି ଶରଣକୂଳ ଥାନା ଅଧିନ ଭାଲିଆଡିହ ପଂଚାୟତର ଜାମୁସାହି ଗାଁରେ । ଗତକାଲି ଗାଁରେ ସାମାଜିକ ନାଟକ ଚାଲିଥିବା ବେଳେ ବିଦ୍ୟୁତ short circuit ନିଆଁ ହୋଇଥିଲା ।ଏହାକୁ ବାବୁଲାଙ୍କ ପରିବାର ଲୋକ ବିରୋଧ କରିଥିଲେ। ଏହାକୁ ନେଇ ମୁହାଁମୁହିଁ ହୋଇଥିଲେ ଗ୍ରାମ ବାସୀ ଏବଂ ବାବୁଲା ଙ୍କ ପରିବାର ଲୋକ । ଗତକାଲି ଏହି ରାଗ ରଖି ଆଜି ପୂର୍ଵ ବିବାଦକୁ କେନ୍ଦ୍ର କରି ବାବୁଲାଙ୍କ ପରିବାର ଉପରେ ଗାଁ ଲୋକେ ଆକ୍ରମଣ କରିବା ସହ ତାଙ୍କ ଘର ଭାଙ୍ଗି ଦେଇଥିବା ସେ ଅଭିଯୋଗ କରିଛନ୍ତି,ପୋଲିସ ଉପସ୍ଥିତି ବାବୁଲାଙ୍କ ଘର ଭାଙ୍ଗିବା ସହ ତାଙ୍କ ପରିବାର ଉପରେ ଗାଁ ଲୋକେ ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି,ଏହାକୁ ନେଇ ଚାପା ଉତେଜନା ପ୍ରକାଶ ପାଇଥିବାରୁ ଗାଁରେ ପୋଲିସ ଫୋର୍ସ ମୃତୟନ କରାଯାଇଛି,
ଏହି ଘଟଣାରେ ଶରଣକୂଳ ଥାନା ପୋଲିସ 9 ଜଣ ଗ୍ରାମ ବାସୀ ଙ୍କୁ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି,
ନୟାଗଡ଼ ରୁ ବିଶ୍ବନାଥ ଘଡେଇ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *