ଇଚ୍ଛା ସ୍ବପ୍ନ ଆଉ ଚାହିଦା ତ୍ରିବିଧ
ତ୍ରିଭୁଜର ତିନି ବିନ୍ଦୁ,
ଇଚ୍ଛା ଜୁଆରରେ ଚାହିଦା ବି ଭଟ୍ଟା
ସ୍ବପ୍ନ ଯେ’ ଅମାପ ସିନ୍ଧୁ ।
ଚାହିଦା ପୂରଣେ ଜୀବନ ନିର୍ବାହ
ଇଚ୍ଛା ପୂରଣେ ଉଲ୍ଲାସ,
ଭାବନା ରାଜ୍ୟରେ ସପନ ସମ୍ରାଟ
ଅନିୟନ୍ତ୍ରିତ ମାନସ ।
ଆମ ଶରୀରରେ ସର୍ବାଙ୍ଗ ପ୍ରତ୍ୟଙ୍ଗ
ଇଛା କାମନା ସ୍ବାଚ୍ଛନ୍ଦ୍ଯ,
ଆଘ୍ରାଣେ ମହକ ଦର୍ଶନେ ସୌନ୍ଦର୍ଯ୍ୟ
ଜିହ୍ୱାର ସୁମିଷ୍ଟ ଖାଦ୍ୟ ।
ମନର ଇଚ୍ଛା ତ ବିରାଟ ବ୍ଯାପକ
ସୀମାହୀନ ଯେ’ ଆକାଶ,
ଇଚ୍ଛନ୍ତେ ଦାମ୍ଭିକ ରାଜ ସିଂହାସନ
ଅଯୋଗ୍ଯ ଭାଗ୍ଯ-ବତାସ ।
ଇଚ୍ଛା ସ୍ବପ୍ନ ଆଉ ଚାହିଦା ତ୍ରିତୟ
ହୁଅନ୍ତି ଯେବେ ଏକତ୍ର,
ସର୍ବ ଅପୂର୍ଣ୍ଣରେ ମାନବ ଜୀବନ
ବ୍ୟାକୁଳରେ ଛଟପଟ ।
ଊଣେଇଶ ଅଶି ମସିହାରେ ଏକ
ଇଚ୍ଛା ପୂରଣ ଉଲ୍ଲାସ,
ଦି’ ହଜାର ଦଶ ଅପ୍ରେଲ ଅନ୍ତ୍ରିଶ
ତା’ ସ୍ମରେ ଇଚ୍ଛା ଦିବସ ।
ଅପ୍ରଘଟ ଇଚ୍ଛା ସନ୍ତାପିତ ପ୍ରାଣ
ଯେ’ ବିଶ୍ବ ଇଚ୍ଛା ଦିବସ,
କର୍ମ-କର୍ତ୍ତବ୍ଯର ମନ ନିୟନ୍ତ୍ରଣ
ଭାଳେ ଶମ୍ଭୁନାଥ ଦାସ ।
ଶମ୍ଭୁନାଥ ଦାସ