
ବାରିପଦା /ଉଦଳା ( କ ବ୍ୟୁ )
ତା୩୦/୦୪/୨୦୨୬ :
ନବନିର୍ମାଣକୃଷକସଂଗଠନ ତରଫରୁ ଉଦଳା ବ୍ଲକର ନୁଆଗାଁ ପଞ୍ଚାୟତରେ କୁଣ୍ଡାବାଇ ଓ ଶ୍ରୀରାମଚନ୍ଦ୍ରପୁ୍ର ପଞ୍ଚାୟତକୁ ନେଇ,ଇଲେକ୍ଟ୍ରି ସ୍ମାର୍ଟ ମିଟର କାହିଁକି ଘରେ ଲଗାଇବେ ନାହିଁ ବର୍ତ୍ତମାନ ୧୨ ବର୍ଷରୁ ଉର୍ଦ୍ଧ୍ବ କିଶୋରୀ ମାନଙ୍କୁ ଏଚ୍ ପି ଭି ଟିକାକରଣ ସରକାରଙ୍କ ଦ୍ୱାରା ହେଉଥିବା ସମୟରେ କାହିଁକି ଏହି ଟିକା ନ ନେବା ଦରକାର ଉକ୍ତ ବୈଠକରେ ଆଲୋଚନା କରାଯାଇଥିଲା। ଜିଲ୍ଲା ପ୍ରଭାରୀ ଚିନୁ ଦାଶ କହିଛନ୍ତି ୨୦୨୪ ନିର୍ବାଚନ ପୁର୍ବରୁ ସରକାର ବିଜୁଳି ଉପଭୋକ୍ତାଙ୍କୁ ୩୦୦ ୟୁନିଟ୍ ବିଜୁଳି ମାଗଣା ଦେବା କଥା କହି ଏବେ ବିଦ୍ୟୁତ ଉପଭୋକ୍ତାଙ୍କ ଠାରୁ କିପରି ଆଗୁଆ ବିଦ୍ୟୁତ୍ ବିଲ୍ ଆଦାୟ କରିବେ ସେ ନେଇ କମ୍ପାନୀ ଘରେ ଘରେ ସ୍ମାର୍ଟ ମିଟର ଲଗେଇବାରେ ଲାଗିଛି। ଏହି ସ୍ମାର୍ଟ ମିଟର ଗରିବ ଲୋକଙ୍କ ଆର୍ଥିକ ମେରୁଦଣ୍ଡ କୁ ଭାଙ୍ଗିବା ସହିତ ବିଜୁଳି ସମ୍ପୁର୍ଣ୍ଣ କମ୍ପାନୀ ହାତକୁ ଚାଲିଯିବ ବୋଲି ସଂଗଠନ ତରଫରୁ କହିଛନ୍ତି। ସରଭାଇକାଲ୍ କ୍ୟାନ୍ସର କୁ ରୋକିବା ନାମରେ ଏଚ୍ ପି ଭି ଟିକା କରଣ ଉପରେ ପ୍ରଶ୍ନ ଉଠାଇଛି ସଂଗଠନ। କରୋନା ଭ୍ୟାକ୍ସିନ୍ ନେବା ଦ୍ଵାରା ବିଭିନ୍ନ ରୋଗରେ ପିଡ଼ିତ ରୋଗୀ ମାନଙ୍କୁ ସରକାର କୌଣସି କ୍ଷତିପୂରଣ ଦେବେ ନାହିଁ, ଭ୍ୟାକ୍ସିନ୍ ସ୍ବେଛାକୃତ ୨୦୨୩ ରେ ସରକାର କହିଥିଲେ। କିନ୍ତୁ ପରୋକ୍ଷରେ ଗାଁ ଓ ସହର ମାନଙ୍କରେ ଭ୍ୟାକ୍ସିନ୍ ନେବାକୁ ସ୍ଵାସ୍ଥ୍ୟ କର୍ମଚାରୀ ଓ ସରକାର ଲୋକମାନଙ୍କୁ ବାଧ୍ୟ କରିଥିଲେ। ତେଣୁ ଏବେ କିଶୋରୀ ମାନେ ଏଚ୍ ପି ଭି ଟିକା ନେବା ଦ୍ଵାରା ଯଦି କୌଣସି ଶାରିରୀକ ସମସ୍ୟା ଦେଖାଦିଏ ତେବେ ସରକାର ସେଥିପାଇଁ ଦାୟି ରହିବେ କି,ପ୍ରଶ୍ନ କରିଥିଲେ ଶ୍ରୀ ଦାଶ।
ଉକ୍ତ ବୈଠକରେ ସ୍ମାର୍ଟ ମିଟର ଓ ଏଚ୍ ପି ଭି ଟୀକା କୁ ବିରୋଧ କରାଯାଇଥିଲା।ବାଇଧର ସିଂ,ଦଲୁରାମ ସିଂ ରାଧା ମୋହନ ବେହେରା ,ରଇଦାଶ ଦଳେଇ, ରାମଚନ୍ଦ୍ର ବେହେରା,ମକରା ମହାନ୍ତ,ପରି ଅନେକ ନେତୃତ୍ୱ ଉପସ୍ଥିତ ଥିଲେ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)