“ଅଣ ଆବାସିକ ଗ୍ରୀଷ୍ମକାଳୀନ କ୍ରୀଡା ପ୍ରଶିକ୍ଷଣ ଶିବିର”

ବାରିପଦା ( କ ବ୍ୟୁ )ତା୩୦/୦୪/୨୦୨୬ :
ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ଓ ଜିଲ୍ଲାପ୍ରଶାସନ ମୟୁରଭଞ୍ଜଙ୍କ ତତ୍ୱାବଧାନରେ ଆସନ୍ତା ତା: ୦୧.୦୫.୨୦୨୬ ରିଖ ଠାରୁ ତା:୩୧.୦୫.୨୦୨୬ ରିଖ ପର୍ଯ୍ୟନ୍ତ ସକାଳ ୬.୩୦ ରୁ ୮.୩୦ ଘଟିକା ଓ ସନ୍ଧ୍ୟା ୪.୩୦ ରୁ ୬.୩୦ ଘଟିକା ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲ୍ଲାରେ ଅଣ ଆବାସିକ ଗ୍ରୀଷ୍ମକାଳୀନ କ୍ରୀଡ଼ା ଭିତ୍ତିକ ପ୍ରଶିକ୍ଷଣ ଶିବିରହେବାକୁ ସ୍ଥିରୀକୃତ ହୋଇଅଛି । ଫୁଟବଲ, ବ୍ୟାଡମିଣ୍ଟନ, ଭାରୋତ୍ତୋଳନ(ୱେଟ୍ ଲିଫ୍ଟିଙ୍ଗ୍) ଓ ହକି ରେ ରୁଚି ରଖୁଥିବା ୮ ବର୍ଷ ରୁ ୧୬ ବର୍ଷର ବାଳକ ଓ ବାଳିକା ମାନେ ଏଥିରେ ଅଂଶଗ୍ରହଣ କରିପାରିବେ । ଏଥିରେ ଅଂଶଗ୍ରହଣ କରିବା ନିମନ୍ତେ ଇଚ୍ଛୁକ ଖେଳାଳିମାନେ ଅଫଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ । ଉକ୍ତ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିବା ଖେଳାଳି ମାନଙ୍କୁ ଉପଯୁକ୍ତ ତାଲିମପ୍ରାପ୍ତ ପ୍ରଶିକ୍ଷକ ମାନେ ପ୍ରଶିକ୍ଷଣ ପ୍ରଦାନ କରିବେ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି )

Leave a Reply

Your email address will not be published. Required fields are marked *