“ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟର ଅବସର କାଳୀନ ସମ୍ବର୍ଦ୍ଧନା ସଭା”

ବାରିପଦା /ଉଦଳା(କ:ବ୍ଯୁ) ୩୦/୦୪/୨୦୨୬ : ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟର ଅବସର କାଳୀନ ସମ୍ବର୍ଦ୍ଧନା ସଭା ରେ ଅଧ୍ୟକ୍ଷା ଶଶୀଭୂଷଣ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ମହାବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ସାହୁ ଦୀର୍ଘ ୩୯ ବର୍ଷ ଧରି ସୁଚାରୁରୂପେ କାର୍ଯ୍ୟ କରି ଆଜି ତାଙ୍କ ଚାକିରିରୁ ଅବସର ନେଉଛନ୍ତି । ସେ ଜଣେ କର୍ତବ୍ୟ ପରାୟଣ ଓ ଦାୟିତ୍ୱ ସଂପନ୍ନ ବ୍ୟକ୍ତିଥିଲେ । କଲେଜ ଆରମ୍ଭରୁ କାର୍ଯ୍ୟକରି ଅନେକ ଘାତ ପ୍ରତିଘାତକୁ ଅତିକ୍ରମ କରି ଆଜି ମହାବିଦ୍ୟାଳୟକୁ ମହାଦ୍ରୁମରେ ପରିଣତ କରିବାରେ ତାଙ୍କର ଅବଦାନକୁ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀମାନେ ପ୍ରଶଂସା କରିଥିଲେ । ଶେଷରେ ଅଧ୍ୟକ୍ଷା ତାଙ୍କୁ ଉତ୍‌ତରୀୟ ଓ ମାନପତ୍ର ପ୍ରଦାନ କରି ଅବସର ସମୟକୁ ସୁଖମୟ କାମନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ରହି ସଫଳ କରାଇଥିଲେ ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି )

Leave a Reply

Your email address will not be published. Required fields are marked *