ନୟାଗଡ଼ ( କ ବ୍ୟୁ )ତା,22,4,2026 : ନୟାଗଡ଼ରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ 22 ଯୋଡ଼ା ଵିଵାହ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛନ୍ତି ।
ଏହି ଗଣ ଵିଵାହ ଉତ୍ସବ ସ୍ଥାନୀୟ
ପଠାଣି ସାମନ୍ତ ସଂସ୍କୃତି ଭବନଠାରେ ଆୟୋଜନ ହୋଇଥିଲା ।ଗଣ ବିବାହ ଉତ୍ସବକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଇଥିଲା।ଏଥିରେ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ, ଜିଲ୍ଲାପାଳ ମଧୁମିତା ରଥ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ନୟାଗଡ ମଣ୍ଡଳ ଉନ୍ନୟନ ଅଧୂକାରୀ ଐଶ୍ବର୍ଯ୍ୟା ଭୂୟାଁ, ନୟାଗଡ ତହସିଲଦାର ରାଜେଶ କେଶରୀ ସ୍ବାଇଁ ଏବଂ ଜିଲ୍ଲାର ସମସ୍ତ ବିଡିଓ ଏବଂ ଉଚ୍ଚପଦ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସମାଜ ମଙ୍ଗଳ ଅଧୂକାରୀ ଜୟଶ୍ରୀ ପଟ୍ଟନାୟକ ପରିଚାଳନା କରିଥିଲେ। ନୟାଗଡ଼ର ସ୍ଵେଚ୍ଛାସେବୀ ସଂଗଠନ ସେବା ବିବାହ ଉତ୍ସବର ସମସ୍ତ ଦାୟିତ୍ଵ ନେଇଥିଲା । ପଠାଣି ସାମନୁ ସଂସ୍କୃତି ଭବନଠାରେ ସମୂହ ବିବାହ ଉତ୍ସଵ ଆୟୋଜନ ହୋଇଥିଲା । ଏହି ଅଭିନବ କାର୍ଯ୍ୟକ୍ରମ ଜରିଆରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଦ୍ବାରା ସମାଜର ଆର୍ଥକ ଦୁର୍ବଳ ଶ୍ରେଣୀର ୨୨ଜଣ କନ୍ୟାମାନଙ୍କର ଏକ ଗଣ ବିବାହ କାର୍ଯ୍ୟକ୍ରମ ସରକାରଙ୍କ ଦ୍ବାରା ଅନୁଷ୍ଠିତ ହୋଇଥିବା ଜିଲ୍ଲାପାଳ କହିଛନ୍ତି । ପ୍ରତ୍ୟେକ କନ୍ୟାକୁ କନ୍ଯାଧନ ସ୍ବରୂପ 45, 000 ଟଙ୍କା ଅର୍ଥରାଶି ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି । ଵିଵାହ ଉତ୍ସବ ପାଇଁ ସକାଳ ୬ଘଟିକା ଠାରୁ ଶୁଭ ଲଗ୍ନରେ ବିବାହ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଗଣ ବିବାହ ଉତ୍ସବରେ 12 ଶହ ଲୋକଙ୍କ ପାଇଁ ଭୋଜିଭାତ କରାଯାଇଥିଲା। ରୀତିନୀତି ଅନୁଯାୟୀ ଶୁଭ ଲଗ୍ନରେ ଗଣ ଵିଵାହ ଅନୁଷ୍ଠିତ ହୋଇଥିଲା।
ନୟାଗଡ଼ ରୁ ବିଶ୍ଵନାଥ ଘଡେଇଙ୍କ ରିପୋର୍ଟ