ରାଜ୍ୟଠାରୁ ଦେଶ ଗଢ଼ା ସରକାର
ବ୍ଯବସ୍ଥାପକ ନିୟମ,
କ୍ଷମତା ଓ ଶକ୍ତି ବିନିଯୋଗେ ମନ୍ତ୍ରୀ
ଯୋଜନାର ପ୍ରଣୟନ ।
ରାଜ୍ୟ ତଥା ରାଷ୍ଟ୍ର ବିକାଶ ପଥରେ
ଜନ ସମାଜ କଲ୍ୟାଣ,
କ୍ଷମତାର ଶୁଭ ବିକେନ୍ଦ୍ରୀକରଣ
ଉନ୍ନତି ଆଦ୍ୟ ଲକ୍ଷଣ ।
ପଞ୍ଚାୟତିରାଜ ପ୍ରଥମ ପାହାଚ
ବିକାଶ କୋଠାର ମୂଳ,
ମୂଳଦୁଆ ଶକ୍ତି କୋଠାର ସ୍ଥାୟିତ୍ବ
ଦୃଢ଼ ରାଷ୍ଟ୍ରୀୟ ସଚଳ ।
ପଞ୍ଚାୟତିରାଜ ବ୍ଯବସ୍ଥା ତ୍ରିସ୍ତର
ଗ୍ରାମ ପଞ୍ଚାୟତ ଆଗ,
ମଧ୍ୟେ ପଞ୍ଚାୟତ ସମିତି ଉପରେ
ଜିଲ୍ଲା ପରିଷଦ ଶୃଙ୍ଗ ।
ସରପଞ୍ଚ ପରେ ସମିତି ଅଧ୍ୟକ୍ଷ
ଜିଲ୍ଲା ସଭାପତି ଉଚ୍ଚ,
ଜନତାଙ୍କ ଦ୍ବାରା ସର୍ବେ ନିର୍ବାଚିତ
ଗଣତାନ୍ତ୍ରିକ ପାହାଚ ।
ଗ୍ରାମଠାରୁ ଜିଲ୍ଲା – ସ୍ତରୀୟ ଯୋଜନା
ରାସ୍ତାଘାଟ ଶିକ୍ଷା ସ୍ବାସ୍ଥ୍ୟ,
କୃଷିର ବିଭିନ୍ନ ଉନ୍ନୟନ କାର୍ଯ୍ଯ
ମୁକାବିଲା ବିପର୍ଯ୍ୟସ୍ତ ।
ଗ୍ରାମାଞ୍ଚଳ ଦୁଃଖ ସମସ୍ଯା ସଂକଟ
ସମାଧାନେ ପଞ୍ଚାୟତ,
ଭାଗବତ ଟୁଙ୍ଗୀ ସାହିତ୍ଯ ସଂସ୍କୃତି
ପରିବେଶ ଶୋଭାବନ୍ତ ।
କେନ୍ଦ୍ର ସରକାର ସମ୍ବିଧାନ ଧାରା
ଦୁଇ ଶହ ତେୟାଳିଶ,
ଜନ ଦୁଃଖ ତ୍ରାଣେ ସମାଜ କଲ୍ୟାଣେ
ଗ୍ରାମଠୁ ଜିଲ୍ଲା ବିକାଶ ।
ପଞ୍ଚାୟତିରାଜ ଅଧିକାରୀବୃନ୍ଦେ
ଦୁର୍ନୀତି ରୋଗେ ପୀଡ଼ିତ,
ଉନ୍ନତି ପ୍ରଗତି ବିକାଶ ହତାଶ
ଜନଗଣେ ଜର୍ଜରିତ ।
ଅଶୀବର୍ଷ ପରେ ସ୍ବାଧୀନ ଭାରତେ
ବିକାଶ କିମ୍ପା ଦୂଷିତ ?
ଦୁର୍ନୀତି ବିରୋଧେ ବିଦ୍ରୋହ ଏକାନ୍ତ
ଦୁର୍ନୀତିଗ୍ରସ୍ତଙ୍କୁ ଛାଟ ।
ପଞ୍ଚାୟତିରାଜ ଦିବସ ପାଳନ
ଅପ୍ରେଲ ମାସ ଚବିଶ,
ବିକାଶ ନାମରେ ବିନାଶ ନ ହେଉ
ଭାଳେ ଶମ୍ଭୁନାଥ ଦାସ ।
ଶମ୍ଭୁନାଥ ଦାସ