ନୟାଗଡ଼ ( କ ବ୍ୟୁ ) ତା,22,4,2026 : ନୟାଗଡ଼ ଖଣ୍ଡପଡାର ପୂର୍ଵତ୍ତନ SDPO ମଦନମୋହନ ପ୍ରଧାନଙ୍କ ପାଇଁ ବଢୁଛି ଅଡ଼ୁଆ। ମହିଳାଙ୍କୁ ପ୍ରେମ ନିବେଦନ କରି ଫେଭର ମାଗିବା ଘଟଣାରେ ତଦନ୍ତ ଆରମ୍ଭ ହୋଇଛି, ଫତେଗଡ଼ ଥାନାରେ ପିଡିତା ମହିଳା ଲିଖିତ ଅଭିଯୋଗ କରିବା ପରେ SDPO ମଦନମୋହନ ପ୍ରଧାନଙ୍କ ଵିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ପୋଲିସ ବିଭାଗ ପକ୍ଷରୁ। ତାଙ୍କୁ ଖଣ୍ଡପଡା ରୁ ନୟାଗଡ଼ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ସେପଟେ ଅଧିକ ତଥ୍ୟ ଯୋଗାଡ଼ ପାଇଁ ପିଡିତାଙ୍କୁ ପଚରାଉଚରା କରିଛି ପୋଲିସ । ତଦନ୍ତ କରି ଅଫିସର ଅତିରିକ୍ତ SP ସୁବାସ ପଣ୍ଡାଙ୍କ ପିଡିତାଙ୍କୁ ପଚରାଉଚରା କରିଛନ୍ତି । SP କାର୍ଯ୍ୟାଳୟ ପିଡିତାଙ୍କୁ ପୋଲିସ ପକ୍ଷରୁ ପଚରାଉଚରା କରାଯାଇଛି। ଏହି ଘଟଣାରେ SDPO ମଦନ ମୋହନ ପ୍ରଧାନଙ୍କ ନାଁରେ ଫତେଗଡ଼ ଥାନାରେ ଗତ କାଲି ଏତଲା ରୁଜୁ ହୋଇଥିଲା । ଏହା ପରେ ପୋଲିସ ବିଭାଗ SDPO ମଦନ ମୋହନ ପ୍ରଧାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆ ଯାଇଥିଲା । ଖଣ୍ଡପଡା ରୁ ତାଙ୍କୁ ନୟାଗଡ଼ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି,ସେପଟେ ଛୁଟି ଦରଖାସ୍ତ ଦେଇ ଫେରାର ଅଛନ୍ତି SDPO ମଦନ,ମୋହନ ପ୍ରଧାନ,
ତାଙ୍କୁ ଚାକିରୀ ରୁ ନିଲମ୍ବନ କରିବା ସହ ଗିରଫ କରିବା କରିବା ପାଇଁ ପିଡିତା ମହିଳା ଜଣଙ୍କ ଦାବି କରିଛନ୍ତି। ଗଣମାଧ୍ୟମରେ ଘୁରିବୁଲୁଥିବା ତଥ୍ୟ ଠାରୁ ପୋଲିସକୁ ବହୁତ ଅଧିକ ତଥ୍ୟ ଦିଆଯାଇଥିବା ସେ କହିଛନ୍ତି। ସୂଚନା ଅନୁଯାୟୀ ଗତ ଜୁଲାଇ ମାସରେ ପିଲା ଝଗଡା କୁନେଇ ଫତେଗଡ଼ ଥାନାରେ ଏକ କେସ ରୁଜୁ ହୋଇଥିଲା।ଏହାର ତଦନ୍ତ ଦାୟିତ୍ବ ଖଣ୍ଡପଡା SDPO ମଦନ ମୋହନ ପ୍ରଧାନ ନେଇ ଥିଲେ । କେସ ସମାଧାନ ପାଇଁ ମହିଳାଙ୍କୁ SDPO ମଦନ ମୋହନ ପ୍ରଧାନ ପ୍ରେମ ନିବେଦନ କରିଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କ ସ୍ବାମୀ ବାହାରେ କାମ କରିବା ପାଇଁ ଯାଇଥିବା ବେଳେ SDPO ମଦନ ମୋହନ ପ୍ରଧାନ ବାରମ୍ବାର ଦିନ ରାତି ଫୋନ କରିବା ଏବଂ Whatsapp chatting କରି ଫେଭର ମାଗିବା ଏବଂ ପ୍ରେମ ନିବେଦନ କରି ମାନସିକ ସ୍ତରରେ ହାରାସ କରୁଥିବା ସେ ଅଭିଯୋଗ କରିଛନ୍ତି। ଏହି ଅଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି।ସେପଟେ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ । ସେ କହିଛନ୍ତି ଆଇନ ତା ବାଟରେ ଯିବ । ଘଟଣା ସମ୍ପର୍କ ରେ ସେ ଅବଗତ ନାହାନ୍ତି,,
ସେପଟେ ଏହି ଘଟଣାରେ ନୟାଗଡ଼ SP ମୁହଁ ଖୋଲି ନାହାନ୍ତି,,,
ନୟାଗଡ଼ ରୁ ବିଶ୍ଵନାଥ ଘଡେଇଙ୍କ ରିପୋର୍ଟ