SDPO ମଦନମୋହନ ପ୍ରଧାନଙ୍କ ଗିରଫ ଦାବି କଲା ନୟାଗଡ଼ BJD,

ତା,23,4,2026,,

ନୟାଗଡ଼ ( କ ବ୍ୟୁ ) ତା,23,4,2026 : ଖଣ୍ଡପଡାର ପୂର୍ଵତ୍ତନ SDPO ମଦନ ମୋହନ ପ୍ରଧାନଙ୍କ ପାଇଁ ଅଡ଼ୁଆ ବଢୁଛି । ପୋଲିସ ବାବୁ ମଦନ ମୋହନ ପ୍ରଧାନଙ୍କୁ ଚାକିରୀ ରୁ ନିଲମ୍ବନ ସହ ଗିରଫ ଦାବି କରିଛି ବିଜେଡି । ନୟାଗଡ଼ ଏସପିଙ୍କୁ ଭେଟି ଦାବି ଜଣାଇଛି ନୟାଗଡ଼ ବିଜୁ ଜନତା ଦଳ କୋର କମିଟି । SDPO ମଦନମୋହନ ଫତେଗଡ଼ ଗାଁର ଜଣେ ବିବାହିତା ମହିଳାଙ୍କୁ ରାତି ବିତାଇବାକୁ ଡାକି ଫେଭର ମାଗିବା ଘଟଣାରେ ଏସଡିପିଓଙ୍କ ନାମରେ ଗତ ୨୦ ତାରିଖରର ଫତେଗଡ଼ ଥାନାରେ ମାମଲା ରୁଜୁ ପରେ ଖଣ୍ଡପଡା ରୁ ଏସଡିପିଓ ମଦନମୋହନ ପ୍ରଧାନଙ୍କୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ଏସଡିପିଓ କାର୍ଯ୍ୟରେ ଯୋଗ ନଦେଇ ଛୁଟି ଦରଖାସ୍ତ ଦେଇ ନିଖୋଜ ଥିବା SP କହିଛନ୍ତି। ସେପଟେ ଗତକାଲି ଭାପୁର କୋର୍ଟରେ ପୀଡ଼ିତାଙ୍କ ବୟାନ ରେକର୍ଡ଼ କରାଯାଇଥିବା ବେଳେ ଆଜି ନୟାଗଡ଼ ବିଜେଡିର କୋର କମିଟି ଏସପିଙ୍କୁ ଭେଟିଛି। ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କ ନେତୃତ୍ୱରେ ଦଶପଲ୍ଲା ବିଧାୟକ ରମେଶ ବେହେରା, ଭାପୁର ଉପାଧ୍ୟକ୍ଷ ବେଣୁଧର ପ୍ରଧାନଙ୍କ ସମେତ ବହୁ ନେତା ଏସପିଙ୍କୁ ଭେଟି ଜିଲ୍ଲାର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ଫତେଗଡ଼ ଗାଁର ମହିଳା ପୀଡ଼ିତାଙ୍କୁ ନ୍ୟାୟ ଦାବି କରିଛନ୍ତି। ନୟାଗଡ଼ ଜିଲ୍ଲା ଏହି ପୋଲିସ ବାବୁଙ୍କ ପାଇଁ ବଦନାମ ମୁଣ୍ଡାଇ ଥିବାରୁ ତୁରନ୍ତ ଏସଡିପିଓ ମଦନମୋହନ ପ୍ରଧାନଙ୍କୁ ଚାକିରୀ ରୁ ନିଲମ୍ବନ କରିବା ସହ ଗିରଫ କରିବା ପାଇଁ ବିଜୁ ଜନତା ଦଳ ପକ୍ଷରୁ ଦାବି କରାଯାଇଛି।
ନୟାଗଡ଼ ରୁ ବିଶ୍ଵନାଥ ଘଡେଇଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *