ଭାରତ ସାମୁଦ୍ରିକ ବୀମା ପୁଲ୍‌ ଗଠନ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରି

  • ନିରନ୍ତରସାମୁଦ୍ରିକବୀମାସୁରକ୍ଷାଯୋଗାଇଦେବାଲାଗି ୧୨,୯୮୦ କୋଟିଟଙ୍କାରସାର୍ବଭୌମଗ୍ୟାରେଣ୍ଟିସହଗଠନହେବବିଏମଆଇପୁଲ୍‌
  • ଘରୋଇ ବୀମା ପୁଲ୍ ବିଶ୍ୱସ୍ତରୀୟଭୂରାଜନୈତିକ ଅସ୍ଥିରତାର ସମାଧାନ କରିବଏବଂ ବାହ୍ୟ ବୀମାଉପରେଭାରତୀୟ ଜାହାଜଗୁଡ଼ିକର ନିର୍ଭରଶୀଳତାକୁ ହ୍ରାସକରିବ
  • ଏହି ପୁଲ୍ ହଲ୍ ଓଯନ୍ତ୍ରାଂଶ, ମାଲ୍‌, ପିଆଣ୍ଡଆଇ ଏବଂ ଯୁଦ୍ଧ ବିପଦ ଭଳି ସମସ୍ତ ସାମୁଦ୍ରିକ ବିପଦ ପାଇଁ ସୁରକ୍ଷାଦେବ, ଯେକୌଣସି ଅନ୍ତର୍ଜାତୀୟ ଉତ୍ସରୁ ଭାରତୀୟ ବନ୍ଦରକୁ ମାଲ ପରିବହନ କରୁଥିବା ଜାହାଜଗୁଡ଼ିକୁଏଥିରେସୁରକ୍ଷାଦିଆଯିବ; ଅସ୍ଥିର ସାମୁଦ୍ରିକ କରିଡରରେ ପରିବହନ ସମୟରେ ମଧ୍ୟବୀମାସୁବିଧାମିଳିବ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆଜି ଏକ ସ୍ୱଦେଶୀବୀମା ପୁଲ ସୃଷ୍ଟି କରିବା ପ୍ରସ୍ତାବକୁ ଅନୁମୋଦନକରିଛି । ଏହି ବୀମାପାଣ୍ଠିଲାଗି ୧୨,୯୮୦ କୋଟିଟଙ୍କାର ସାର୍ବଭୌମ ଗ୍ୟାରେଣ୍ଟି ରଖାଯାଇଛି ।ଏହାନିରନ୍ତର ସାମୁଦ୍ରିକ ବୀମା ସୁରକ୍ଷାକୁ ସୁଗମ କରିବ। ଯେକୌଣସିଅନ୍ତର୍ଜାତୀୟଉତ୍ସରୁଭାରତୀୟବନ୍ଦରପର୍ଯ୍ୟନ୍ତକିମ୍ବାଏହାରବିପରୀତମାର୍ଗରେମାଲ୍‌ ନେଇଯାଉଥିବାଜାହାଜଗୁଡ଼ିକୁସୁଲଭବୀମାଯୋଗାଣ ପାଇଁ ଏହାଭାରତୀୟବ୍ୟବସାୟଗୁଡ଼ିକୁସହାୟକହେବ ।ଅସ୍ଥିରସାମୁଦ୍ରିକମାର୍ଗଦେଇଅତିକ୍ରମକରୁଥିବାଜାହାଜଗୁଡ଼ିକୁମଧ୍ୟବୀମାସୁବିଧାମିଳିବ ।

ବର୍ଦ୍ଧିତ ବିଶ୍ୱସ୍ତରୀୟ ଭୂରାଜନୈତିକ ଅସ୍ଥିରତା ଯୋଗୁଁସାମୁଦ୍ରିକ ବାଣିଜ୍ୟ ବାଧାପ୍ରାପ୍ତ ହୋଇଛି, ଯାହା ଫଳରେ ମାଲ୍‌ ଏବଂ ଜାହାଜଗୁଡ଼ିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ବୃଦ୍ଧି ପାଇଛି। ଫଳସ୍ୱରୂପ, ବୀମା ମୂଲ୍ୟ ବୃଦ୍ଧି ପାଇଛିଏବଂ ନିରନ୍ତରବୀମା ସୁରକ୍ଷା ଉପଲବ୍ଧତାକୁନେଇଅନିଶ୍ଚିତତା ଦେଖାଦେଇଛି। ଏହା ବ୍ୟତୀତ, ଭାରତୀୟ ଜାହାଜଗୁଡ଼ିକ ପିଏଣ୍ଡଆଇବୀମା ପାଇଁ ‘ଅନ୍ତର୍ଜାତୀୟ ସୁରକ୍ଷା ଏବଂ କ୍ଷତିପୂରଣ ଗୋଷ୍ଠୀ (ଆଇଜିପିଏଣ୍ଡଆଇ) କ୍ଲବ’ ଉପରେ ଅତ୍ୟଧିକ ନିର୍ଭର କରନ୍ତି – ଯାହା ତୈଳ ପ୍ରଦୂଷଣ ଦାୟିତ୍ୱ, ନଷ୍ଟ ହୋଇଯାଇଥିବା ପଦାର୍ଥ ଅପସାରଣ, ମାଲ୍‌ କ୍ଷତି, କର୍ମଚାରୀଙ୍କ ଆଘାତ ଓ ପ୍ରତ୍ୟାବର୍ତ୍ତନ, ସଂଘର୍ଷ ଦାୟିତ୍ବ ଇତ୍ୟାଦି ତୃତୀୟ-ପକ୍ଷ ଦେୟତାକୁକଭର କରିଥାଏ। ତେଣୁ, ଏକ ସ୍ୱଦେଶୀ ସାମୁଦ୍ରିକ ବିପଦ ସୁରକ୍ଷା ପୁଲର ଆବଶ୍ୟକତା ଥିଲା ଯାହା ବାଣିଜ୍ୟର ସାର୍ବଭୌମତ୍ୱ ଏବଂ ନିରନ୍ତରତାକୁ ସୁରକ୍ଷା ଦେବାରେ ସକ୍ଷମ।ଏପରିକି କଟକଣା କିମ୍ବା ଭୂରାଜନୈତିକ ଉତ୍ତେଜନା ଯୋଗୁଁ ବୀମାସୁରକ୍ଷା ପ୍ରତ୍ୟାହାର କରାଯାଉଥିବାପରିସ୍ଥିତିରେମଧ୍ୟଏଥିରେସୁରକ୍ଷାମିଳିପାରିବ ।

ଉପରୋକ୍ତପୃଷ୍ଠଭୂମିରେସରକାରଭାରତୀୟଜାହାଜ ପାଇଁ କିମ୍ବା ଭାରତକୁ ଆସୁଥିବା ଅଥବାପ୍ରସ୍ଥାନ କରୁଥିବା ଜାହାଜ ପାଇଁ –‘ଭାରତୀୟ ସାମୁଦ୍ରିକ ବୀମା ପୁଲ୍’ (ବିଏମଆଇପୁଲ୍) ଗଠନକୁ ଅନୁମୋଦନ କରିଛନ୍ତି । ଏହା ଏକ ସାର୍ବଭୌମ ଗ୍ୟାରେଣ୍ଟି ଦ୍ୱାରା ସମର୍ଥିତ ହେବ। ଏହି ପୁଲ୍ ସମସ୍ତ ସାମୁଦ୍ରିକ ବିପଦ, ଯେପରିକି ହଲ୍ ଓଯନ୍ତ୍ରାଂଶ, କାର୍ଗୋ, ପିଏଣ୍ଡଆଇ, ଏବଂ ଯୁଦ୍ଧ ବିପଦକୁ କଭର କରିବ। ପୁଲ୍ ର ସଦସ୍ୟ ବୀମାକାରୀଙ୍କ ଦ୍ୱାରା ବୀମା ପଲିସି ଜାରି କରାଯିବ, ଯେଉଁମାନେ ପୁଲର ସାମୂହିକ ଅଣ୍ଡରରାଇଟିଂ କ୍ଷମତାକୁ ବ୍ୟବହାର କରିବେ।ଏହାର ଆନୁମାନିକ ମୂଲ୍ୟ ପ୍ରାୟ 950 କୋଟି ଟଙ୍କାହେବ। ଏହି ପୁଲ୍ ଭାରତୀୟ ଜାହାଜ ଚଳାଚଳ ପରିସ୍ଥିତି ଓ ନିୟାମକ ଆବଶ୍ୟକତା ଅନୁରୂପସ୍ଥାନୀୟସ୍ତରରେଦେୟତାବୀମାରପରିଚାଳନାକରିବାତଥା ଭାରତ ଭିତରେସ୍ୱତନ୍ତ୍ରସାମୁଦ୍ରିକବୀମା, ଦାବିପରିଚାଳନାଏବଂଆଇନଗତବିଶେଷଜ୍ଞତାବିକଶିତକରିବାରେସହାୟକହେବ ।

ଏହା ସହିତ, ଏକ ପରିଚାଳନା ସଂସ୍ଥା ପୁଲର ଗଠନ ଏବଂ କାର୍ଯ୍ୟକାରିତା ତଦାରଖ କରିବ। ପ୍ରସ୍ତାବିତସ୍ୱଦେଶୀବୀମାସଂସ୍ଥାକୁସାର୍ବଭୌମଗ୍ୟାରେଣ୍ଟିପ୍ରଦାନକରିବାରଔଚିତ୍ୟଆତ୍ମନିର୍ଭରଶୀଳତାକୁମଜବୁତକରିବ।ଏହାରଉଦ୍ଦେଶ୍ୟହେଉଛିପ୍ରତିବନ୍ଧକପ୍ରତିସହନୀୟହେବାଏବଂଅଧିକସାର୍ବଭୌମନିୟନ୍ତ୍ରଣସୁନିଶ୍ଚିତକରିବା।

Leave a Reply

Your email address will not be published. Required fields are marked *