ନୟାଗଡ ଛେନା ପୋଡ଼ କୁ GI ଟ୍ୟାଗ ମିଳିବା ପାଇଁ ପୁରୀ ସାଂସଦ ଙ୍କ ପ୍ରୟାସ

ନୟାଗଡ : ସ୍ୱାଦିଷ୍ଟ ଛେନାପୋଡ଼କୁ ଲୋକାଭିମୁଖୀ କରିବା ଓ ଏହାକୁ GI ଟ୍ୟାଗ ମାନ୍ୟତା ପାଇଁ ଏହି ଦିବସକୁ ସମେସ୍ତ ଧୁମଧାମରେ ପାଳନ କରିଛନ୍ତି l ତେବେ ଛେନା ପୋଡ଼କୁ ପ୍ରସାର କରିବାକୁ ସମସ୍ତେ ପାଳନ କରିବା ପାଇଁ ଆହ୍ୱାନ ଦେଇଛନ୍ତି ନୟାଗଡ ବିଧାୟକ ଅରୁଣ ସାହୁ l ନୟାଗଡର ସୃଷ୍ଟ ଛେନାପୋଡ଼ ସମଗ୍ର ବିଶ୍ୱ ଦରବାରରେ ସ୍ୱତନ୍ତ୍ରତା ହାସଲ କରିପାରିଛି l ଏହି ସ୍ୱାଦିଷ୍ଟ ଛେନାପୋଡ଼ ଯିଏ ଖାଇବ ସିଏ ଆଉଥରେ ଖାଇବାକୁ ମନ ବଳାଇବ l ଏହାର ସ୍ରଷ୍ଟା ସୁଦର୍ଶନ ସାହୁଙ୍କ ଜନ୍ମ ଦିନକୁ ଅର୍ଥାତ ଏପ୍ରିଲ 11ତାରିଖକୁ ବିଶ୍ୱ ଛେନାପୋଡ଼ ଦିବସ ଭାବେ ପାଳନ କରାଯାଉଛି, ନୟାଗଡ ବିଧାୟକ ଅରୁଣ ସାହୁ ପ୍ରଶଂସା କରିବା ସହ ସମସ୍ତେ ଛେନାପୋଡ଼ ଘରକୁ ଆଣି ଛେନାପୋଡ଼ ଦିବସ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି l ତାଙ୍କ ପ୍ରଚେଷ୍ଟା ପାଇଁ ଆଜି ନୟାଗଡ ସବୁଠି ପରିଚୟ ସୃଷ୍ଟି କରିପାରିଛି l ଛେନାପୋଡ଼ କଥା ଆସିଲେ ସମସ୍ତଙ୍କ ପାଟିରୁ ଲାଳ ଗଡ଼ିଯାଏ l ଛେନାରେ ତିଆରି ସୁସ୍ୱାଦୁ ମିଠା ଓଡ଼ିଶାର ନୟାଗଡ଼ରେ ଏହାର ସୃଷ୍ଟି । ନୟାଗଡ ଛେନାପୋଡ଼କୁ ବିଶ୍ୱସ୍ତରୀୟ କରାଇବାକୁ ଆରମ୍ଭ ହୋଇଛି ଅନେକ ପ୍ରୟାସ l ଛେନାପୋଡ଼କୁ GI ଟ୍ୟାଗ ମାନ୍ୟତା ଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବେଦନ କରାଯାଇଛି l ନୟାଗଡ଼ ଛେନାପୋଡ଼ର ସ୍ରଷ୍ଟା କୁହାଯାଉଥିବା ସୁଦର୍ଶନ ସାହୁଙ୍କ ଜନ୍ମ ଦିନକୁ ବିଶ୍ୱ ଦରବାରରେ ପରିଚିତ କରିବା ପାଇଁ ବିଶ୍ୱ ଛେନାପୋଡ଼ ଦିବସ ରୂପେ ପାଳନ କରାଯାଉଛି,ନୟାଗଡ଼ ଜିଲ୍ଲାରୁ ପ୍ରତିଦିନ କୁଇଣ୍ଟାଲ କୁଇଣ୍ଟାଲ ଛେନାପୋଡ଼ ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଯାଇଥାଏ l ଓଡ଼ିଶା ସମେତ ବାହାର ରାଜ୍ୟରେ ମଧ୍ୟ ଏବେ ଛେନାପୋଡ଼ର ଚାହିଦା ଅନେକ ରହିଛି l ନୟାଗଡ଼ ସହର ସମେତ ମାଛିପଡ଼ା ଆଦି ସ୍ଥାନରେ ପ୍ରତ୍ୟେକ ଦିନ କୁଇଣ୍ଟାଲ କୁଇଣ୍ଟାଲ ଛେନାପୋଡ଼ ଉତ୍ପାଦନ କରାଯାଉଛି l ପୂର୍ବତନ ପ୍ରଧାନମନ୍ତ୍ରୀ, ବର୍ତ୍ତମାନର ରାଷ୍ଟ୍ରପତି ଏବଂ ବଲିଉଡ଼ ଅଭିନେତାଙ୍କ ଆଦି ସଭିଁଙ୍କ ପସନ୍ଦ ଛେନାପୋଡ଼। ଛେନା ପୋଡ଼ କୁ GI ଟ୍ୟାଗ ମିଳିଵା ପାଇଁ ପୁରୀ ସାଂସଦ ସମ୍ବିତ ପାତ୍ର କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟେଲ ଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି। ଖୁବ ଶୀଘ୍ର ଛେନା ପୋଡ଼ କୁ GI ଟ୍ୟାଗ ମିଳିବ ବୋଲି ଜ଼ିଲ୍ଲା ବାସି ଆଶା କରିଛନ୍ତି।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *