ଆମେ ଜାଣିବା, ଆମ ବଜେଟ’ କାର୍ଯ୍ୟକ୍ରମ ଅନୁଷ୍ଠିତ 

କୋରାପୁଟ : ଜିଲ୍ଲାସ୍ତରୀୟ ‘ଆମେ ଜାଣିବା, ଆମ ବଜେଟ’ କାର୍ଯ୍ୟକ୍ରମ ସ୍ଥାନୀୟ ସଦଭାବନା ସଭା ଗୃହଠାରେ ଆୟୋଜିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବଜେଟକୁ ଲୋକାଭିମୁଖୀ କରିବା I ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ରାଜ୍ୟର ଦୀର୍ଘମିଆଦୀ ଭିଜନ ସହ ସମନ୍ୱିତ ହୋଇ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନର ମୂଳଭିତ୍ତିକୁ ସୁଦୃଢ଼ କରିବ । ଏହା କେବଳ ଆୟ-ବ୍ୟୟର ତାଲିକା ନୁହେଁ । ବରଂ ଏହା ଓଡ଼ିଶାର ସମଗ୍ର ଉନ୍ନତି ସହ ପ୍ରତ୍ୟେକ ନାଗରିକଙ୍କ ସ୍ୱପ୍ନ ପୂରଣର ଏକ ସୁଦୃଢ଼ ରୋଡମ୍ୟାପ । କୋରାପୁଟ ଜିଲ୍ଲା ପାଇଁ ବଜେଟରେ ବ୍ରହ୍ମପୁର ଜୟପୁର ସଂଯୋଗୀକରଣ ପ୍ରତି ବିଶେଷ ପ୍ରକଳ୍ପ ରହିଛି I ଏହି କାର୍ଯ୍ୟକ୍ରମରେ  କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଓଡିଶାର ବଜେଟରେ ଏଥର ଅନେକ ନୂତନ ପଦକ୍ଷେପ ରହିଥିବା ପ୍ରସଙ୍ଗରେ ସବିଶେଷ ବିବରଣୀ ଉପସ୍ଥାପନ କରିଥିଲେ I ଏହି କାର୍ଯ୍ୟକ୍ରମରେ କୋରାପୁଟ ବିଧାୟକ ରଘୁରାମ ମାଛ, କୋଟପାଡ଼ ବିଧାୟକ ରୁପୁ ଭତ୍ରା, ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା, କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର,ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ,କୋରାପୁଟ ସାଂସଦ ପ୍ରତିନିଧି ମନୋଜ କୁମାର ଆଚାର୍ଯ୍ୟ ଓ ସମସ୍ତ ନିର୍ବାଚିତ ଲୋକ ପ୍ରତିନିଧି ଉପସ୍ଥିତ ଥିଲେ I ଅତିରିକ୍ତ ଜିଲ୍ଲାପାଳ ନରେଶ ଚନ୍ଦ୍ର ଶବର ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I

Leave a Reply

Your email address will not be published. Required fields are marked *