ନୟାଗଡ : ନୟାଗଡ ଅବକାରୀ ବିଭାଗ ପକ୍ଷରୁ ୨ଟି ସ୍ଥାନରେ ଚଢ଼ାଉ କରି ୧ କୁଇଣ୍ଟାଲ ୪୪ କେଜି ଗଂଜେଇ ଜବତ। ୪ ଜଣ ଗିରଫ। ନୟାଗଡ ଅବକାରୀ ସୁପରଟେଣ୍ଡ ବିଶେଷ ସୂତ୍ରରୁ ଖବର ପାଇଥିଲେ ୨ ଟି ଗାଡ଼ିରେ ଫୁଲୁବେନି ରୁ ଗଂଜେଇ ଆସୁଛି। ଗତ ରାତିରେ ୨ ଟି ସ୍ୱାର୍ଡ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ଦଶପଲ୍ଲା ଅବକାରୀ ଅଧିକାରୀ ଙ୍କ ତତ୍ଵାବଧାନ ରେ ଵାଣିଗୋଛା ଠାରେ ଏକ କାର କୁ ଅଟକାଇ ଥିଲେ। ସେହି କାର କୁ ତନଖି କରିବାରୁ ୮୪ କେଜି ଗଂଜେଇ ଜବତ ହୋଇଥିଲା। ଫିରିଙ୍ଗିଆ ଅଂଚଳ ର ୨ ଯୁବକ କୁ ଗିରଫ କରାଯାଇଥିଲା। ସେହିପରି ନୟାଗଡ ମୋବାଇଲ ଟିମ ଙ୍କ ତତ୍ଵାବଧାନରେ ମହୀପୁର ଠାରେ ଏକ ଡିଜିଆର କାର କୁ ଅଟକାଇ ତଦାରଖ କରିଥିଲେ। ସେହି କାର ରୁ ୬0 କିଲୋ ଗଂଜେଇ ଓ ଫୁଲୁବାଣୀ ଅଂଚଳ ର ୨ ଯୁବକ କୁ ଗିରଫ କରାଯାଇଛି। ଆଜି ୪ ଜଣ ଙ୍କୁ କୋର୍ଟ ଚାଲାଣ କରାଯାଇଛି।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ