
ଵଡଚଣା/ଚଣ୍ଡିଖୋଲ ୭/୪ ( କ ବ୍ୟୁ ) : ବଡଚଣା ବ୍ଲକ୍ ଅନ୍ତର୍ଗତ ପି ଏମ୍ ଶ୍ରୀ’ ବଡଚଣା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବାର୍ଷିକ କ୍ରୀଡ଼ା ଉତ୍ସବ ୨୦୨୬ ଅନୁଷ୍ଟିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ମୃତି ରଞ୍ଜନ ଆଚାର୍ଯ୍ୟ ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଯାଜପୁର ଜିଲ୍ଲା କ୍ରୀଡ଼ା ଅଧିକାରୀ ଫକୀର ମୋହନ ଟୁଡୁ ଯୋଗଦେଇ କ୍ରୀଡା ଏକ ସ୍ବତନ୍ତ୍ର କଳା, ମଣିଷର ଏହା ସହଜାତ ପ୍ରବୃତ୍ତି। ଶାରୀରିକ ବିକାଶ ନ ହେଲେ ମାନସିକ ବିକାଶ ହୋଇ ପାରିବ ନାହିଁ। ପିଲା ମାନଙ୍କ ମଧ୍ୟରେ ଥିବା ଲୁକାଇତ ପ୍ରତିଭାକୁ କ୍ରୀଡା ଉଜ୍ଜୀବିତ କରିଥାଏ ବୋଲି କହିବା ସହିତ ଅଭିଭାବକ ମାନେ ସେମାନଙ୍କ ପିଲା ମାନଙ୍କୁ କ୍ରୀଡା ପ୍ରତି ଆକୃଷ୍ଟ କରିବାକୁ ଆହ୍ବାନ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ସବିତା ନାୟକ, ଶିକ୍ଷାର ଏକ ଅଂଶ ହେଉଛି କ୍ରୀଡା। କ୍ରୀଡା ପିଲା ମାନଙ୍କର ଶାରୀରିକ, ମାନସିକ , ବୌଦ୍ଧିକ, ଓ ଆଧ୍ୟାତ୍ମିକ ବିକାଶ କରିବା ସହିତ ମନରେ ପ୍ରତିଯୋଗିତାର ମନବୃତି ସୃଷ୍ଟି କରିଥାଏ। ଶିକ୍ଷା କହିଲେ କେବଳ ପୋଥି ଗତ ବିଦ୍ୟା କୁ ବୁଝାଏ ନାହିଁ । ପିଲା ମାନଙ୍କ ରୁଚି ଅନୁସାରେ ପିଲାମାନଙ୍କୁ ଅଭିଭାବକ ମାନେ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ପରାମର୍ଶ ଦେଇଥିଲେ।ସମ୍ମାନିତ ଅତିଥି ଭାବେ ମହାବିନାୟକ ବିଦ୍ୟାୟନ ର ପ୍ରଧାନ ଶିକ୍ଷୟିତ୍ରୀ ବାସନ୍ତୀ ଦେଇ ପିଲାମାନଙ୍କୁ ବହୁ ଶିକ୍ଷଣୀୟ ଉପଦେଶ ପ୍ରଦାନ କରିଥିଲେ। ବିଦ୍ୟାଳୟର ଶିକ୍ଷୟିତ୍ରୀ ଅଞ୍ଜଳୀ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶାରିରୀକ ଶିକ୍ଷା ଶିକ୍ଷକ ଶୈଳେଶ୍ କୁମାର ମିଶ୍ର ବିଦ୍ୟାଳୟର ବାର୍ଷିକ କ୍ରୀଡା ବିବରଣୀ ପାଠ କରିଥିଲେ। ପରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ଶିକ୍ଷୟିତ୍ରୀ ପ୍ରଜ୍ଞା ପାରମିତା ସେଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କୁ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ, ବନ୍ଦେ ଉତ୍କଳ ଜନନୀ ଗାନ, ସ୍ୱାଗତ ସଂଗୀତ ଓ ବିଭିନ୍ନ ପ୍ରକାର ଶାରୀରିକ କ୍ରୀଡା କୌଶଳ ପ୍ରଦର୍ଶନ କରାଯାଇଥିଲା।