“ଭଲ ମଣିଷ ଗଢିବାରେ ଶିକ୍ଷାନୁଷ୍ଠାନର ଭୂମିକା ଅପରିହାର୍ଯ୍ୟଶ୍ରୀ ଜଗନ୍ନାଥ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ ସମାରୋହ”

ବାରିପଦା/ଉଦଳା(କ:ବ୍ଯୁ) ତା୩୦/୦୩/୨୦୨୬ : ଭଲ ମଣିଷ ଗଢିବାରେ ଶିକ୍ଷାନୁଷ୍ଠାନର ଭୂମିକା ବହୁ ଗୁରୁତ୍ୱପୂର୍ଣ୍ଣ । ତାଛଡା ଆଜିର ଛାତ୍ରଛାତ୍ରୀମାନେ ନିଜକୁ ସଂସ୍କାର ହେବା ସହିତ ଦେଶ ଗଠନ କରିବାର ଭୂମିକା ଶିକ୍ଷାରୁ ହିଁ ମିଳିଥାଏ ବୋଲି ଉଦଳା ବ୍ଲକ ଡିହିରାକୁଳ ଗ୍ରାମର ଶ୍ରୀ ଜଗନ୍ନାଥ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ ସମାରୋହରେ ଅତିଥି ଭାବେ ବିଧାୟକ ଭାସ୍କର ମଢେଇ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ମିନତୀ ମଞ୍ଜରୀ ପଣ୍ଡା, ଅବସରପ୍ରାପ୍ତ ଶିକ୍ଷକ ନରେନ୍ଦ୍ର ସାହୁ, ପଞ୍ଚାୟତ ସମିତି ସଦସ୍ୟା ଗୌରୀମଣୀ ପାତ୍ର ପ୍ରମୁଖ ଯୋଗ ଦେଇ ଶିକ୍ଷାନୁଷ୍ଠାନର ଭୂମିକା ବିଷୟରେ ଉପସ୍ଥିତ ଛାତ୍ରୀଛାତ୍ର ଏବଂ ଅଭିଭାବକମାନଙ୍କୁ ପରାମର୍ଶ ଦେଇଥିଲେ । ଗତ ରବିବାର ସନ୍ଧ୍ୟା ୭ ଘଟିକା ସମୟରେ ବିଦ୍ୟାଳୟ ନିକଟସ୍ଥ ଡିହିରାକୁଳ ଦୋଳ ପଡିଆରେ ଏହି ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଅତିଥିମାନଙ୍କ ଦ୍ୱାରା କୃତି ଛାତ୍ରୀଛାତ୍ରମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ । ଏବଂ ବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣୀ ସଭାକୁ ରମେଶ ଚନ୍ଦ୍ର ପୃଷ୍ଟି ପରିଚାଳନା କରିଥିବା ବେଳେ ଉଦଘୋଷିକା ଭାବେ ପ୍ରିୟା ପ୍ରମୋଦିନୀ ସାହୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଗଙ୍ଗାଧର ସେନାପତିଙ୍କ ସମେତ ସମସ୍ତ ଗୁରୁମା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । ସୂଚନାଯୋଗ୍ୟ ଯେ, ମଙ୍ଗଳବାର ୩୧ ତାରିଖ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଶ୍ରୀମତୀ ପଣ୍ଡା ଅବସର ଗ୍ରହଣ କରୁଥିବାରୁ ଶିକ୍ଷାନୁଷ୍ଠାନ ତରଫରୁ ବିଧାୟକ ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *