
ଉଦଳା ୩୦/୦୩ (କ ବ୍ଯୁ) ଗତ ୨୮ ତାରିଖରେ ଅନୁଷ୍ଠିତ ହୋଇଯାଇଥିବା ଓକିଲ ସଂଘ ନିର୍ବାଚନରେ ନିର୍ବାଚିତ ହୋଇଥିବା ନୂତନ କର୍ମକର୍ତ୍ତାମାନଙ୍କର ଶପଥ ଗ୍ରହଣ ଉତ୍ସବ ସୋମବାର ଅପରାହ୍ନ ୩ ଘଟିକା ସମୟରେ ଉଦଳା ଓକିଲ ସଂଘ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ଅଧିକାରୀ ଅରୁଣ କୁମାର ବାରିକ ନବ ନିର୍ବାଚିତ ସଭାପତି, ଉପସଭାପତି, ସମ୍ପାଦକ, ସହ ସମ୍ପାଦକ, କୋଷାଧ୍ୟକ୍ଷ ଏବଂ କାର୍ଯ୍ୟକାରୀ କମିଟି ସଦସ୍ୟମାନଙ୍କର ନାମ ତାଲିକା ଘୋଷଣା କରିବା ପରେ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ । ଚଳିତ ବର୍ଷ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହିତ ସମାପନ କରିଥିବାରୁ ସମ୍ପାଦକ ବସନ୍ତ କୁମାର ପରିଡା ନିର୍ବାଚନ ଅଧିକାରୀଙ୍କୁ ସମ୍ବର୍ଦ୍ଧନା କରି ଧନ୍ୟବାଦ ଅର୍ପଣ କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)
(ଫଟୋଜାଇଛି)