ବିପଦଶଙ୍କୁଳ ଅବସ୍ଥାରେ ଲକ୍ଷ୍ମୀପୋଷ ପୋଲ

ରାଜଗାଙ୍ଗପୁର , (କ.ବ୍ୟୁ)୨୯ମାର୍ଚ୍ଚ ୨୦୨୬ : ରାଜଗାଙ୍ଗପୁର ପୂର୍ତ୍ତରତବିଭାଗ ଅଧୀନରେ ଥିବା ଲକ୍ଷ୍ମୀପୋଷ ପୋଲଟି ବିପଦଶଙ୍କୁଳ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି। ଏହି ପୋଲଟି ରାଞ୍ଚିରୋଡ଼ ରାସ୍ତାଦେଇ ବିରମିତ୍ରପୁର ଏବଂ ରାଞ୍ଚି ଯିବା ବାଟରେ ଲକ୍ଷ୍ମୀପୋଷ ଠାରେ ଶଙ୍ଖ ନଦୀ ଉପରେ ନିର୍ମାଣ ହୋଇଛି । ରାଜ୍ୟ ସରକାରଙ୍କ ପୂର୍ତ୍ତବିଭାଗ ୨୦୦୧ ରେ ଶଙ୍ଖ ନଦୀ ଉପରେ ଏହି ନିର୍ମାଣ କରିଥିଲା । ପ୍ରତିଦିନ ବିଜୁ ଏକ୍ସପ୍ରେସ ଵେ ରାଞ୍ଚି ରୋଡ଼ ଦେଇ ସହ ସହ ଭାରୀଯାନ ରାଞ୍ଚି ଏବଂ ବିରମିତ୍ରପୁରକୁ ଯିବା ଆସିବା କରିଥାଏ । ଏହି ପୋଲ ହେବା ଦ୍ଵାରା ରାଞ୍ଚି ଏବଂ ବିରମିତ୍ରପୁର କୁ ଅତିକମରେ ୫୦ କିମିରୁ ଅଧିକ ରାସ୍ତା ହ୍ରାସ ପାଇଥାଏ । ଯାହା ଦ୍ଵାରା ରାସ୍ତା ଏବଂ ପୋଲର ଯଥେଷ୍ଟ ଗୁରୁତ୍ବ ରହିଛି। ପୋଲ ମଧ୍ୟରେ ବିରାଟ ଗାତ ଏବଂ ଭାଙ୍ଗି ଆଁ କରିଥିବାରୁ କେତେବେଳେ ଅଘଟଣ ଘଟିବ କହି ହେବ ନାହିଁ । ଏଣୁ ପୋଲଟିର ମରାମତି ଆବଶ୍ୟକତା ରହିଛି। ରାଜ୍ୟ ପୂର୍ତ୍ତ ବିଭାଗ ତୁରନ୍ତ ଏହାର ମରାମତି ପାଇଁ ଦାବି ହୋଇଛି

(ରାଜଗାଙ୍ଗପୁର ରୁ ଅବଦୁଲ ରଜାକ ଖାନ ଙ୍କ ରିପୋର୍ଟ )

Leave a Reply

Your email address will not be published. Required fields are marked *