ପିଏମଶ୍ରୀ ସୁବାଇ ବାଳିକା ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ

କୋରାପୁଟ : ଆଜି ସୁବାଇସ୍ଥିତ ପିଏମଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି | ସ୍କୁଲ କ୍ୟାମ୍ପସ ମଧ୍ୟରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେ ରାଜ୍ୟ ସିଏଲପି ଲିଡର ତଥା ପଟାଙ୍ଗୀ ବିଧାୟକ ରାମ ଚନ୍ଦ୍ର କାଡମ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ଏବଂ କଲ୍ୟାଣ ବିଭାଗ ଜିଲ୍ଲା ଶିକ୍ଷା ନିରୀକ୍ଷକ ଅଜୟ କୁମାର ମିଶ୍ର ମୁଖ୍ୟ ବକ୍ତା ଭାବରେ ଯୋଗଦେଇଥିଲେ | ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଲ୍ୟାଣ ଅଧିକାରୀ ସୁନୀଲ କୁମାର ତାଣ୍ଡି, ବିଦ୍ୟାଳୟ ପରିଚାଳନା ପରିଷଦ ଅଧ୍ୟକ୍ଷ ଭଗବାନ ପେଟିଆ, ବରିଷ୍ଠ ସାମ୍ବାଦିକ ଡ଼ ଅଜୟ କୁମାର ସାହୁ,ତହସିଲଦାର ଦେବବ୍ରତ କରାଟେ,ଜଗବନ୍ଧୁ ବରା,ସମିତି ସଭ୍ୟା ସଂଜୁ ସେନାପତି,ଅନନ୍ତ ଖିଲ,ରାମ ନାୟକ,ବଳଭଦ୍ର ବରା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ | ସ୍କୁଲ ପ୍ରଧାନ ଶିକ୍ଷକ ବବିତା ନାୟକ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସୁଯୋଗ୍ୟ ବେହେରା ମଞ୍ଚ ପରିଚାଳନା କରିଥିଲେ | ବରିଷ୍ଠ ବିଭାଗରେ ମଞ୍ଜୁଳା ଜୟପୁରିଆ ଓ କନିଷ୍ଠ ବିଭାଗରେ ମାମାଲି ମେଦିନୀ ଚାମ୍ପିୟନ ହୋଇଥିଲେ | ସେହିପରି ଅଞ୍ଜଳି ଖାରଙ୍କୁ ସ୍ଟୁଡେଣ୍ତ ଅଫ ଦ ୟିୟର ସମ୍ମାନ ମିଳିଥିଲା | ପଦ୍ମାବତୀ ହ୍ୱନ୍ତାଳ, ମିନୁରାଣୀ ସାବତ, ଅରବିନ୍ଦ ସାହୁ, ଦିଲୀପ ସାହୁ, ମିନାକ୍ଷୀ ସାହୁ, ମାନସୀ ସାହୁ, ମିତା ନିଶଙ୍କ, ସିମାଞ୍ଚଳ ସ୍ୱାଇଁ, ରୁବି ପତି ସହଯୋଗ କରିଥିଲେ |

Leave a Reply

Your email address will not be published. Required fields are marked *