
ଅନୁଗୋଳ, : ବଅଁରପାଳ ବ୍ଲକ ବଳରାମପ୍ରସାଦ ଗ୍ରାମ ପଞ୍ଚାୟତର ବିଭିନ୍ନ ସମସ୍ୟା ଏବଂ ପଞ୍ଚାୟତରେ ହେଉଥିବା ଦୁର୍ନୀତି ସମ୍ପର୍କରେ ପ୍ରତିବାଦ ଏବଂ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ବଳରାମପ୍ରସାଦ ପଞ୍ଚାୟତ ବିଜୁ ଜନତା ଦଳ ପକ୍ଷରୁ ଯୁବ ନେତା ଅରୁଣାଭ ସିଂହଙ୍କ ନେତୃତ୍ୱରେ ଦାବି ପତ୍ର ପ୍ରଦାନ କରାଯାଇଛି। ଗତ ୨ ବର୍ଷ ମଧ୍ୟରେ ନୂତନ ବିଜେପି ସରକାର ଆସିବା ପରଠୁ ପଞ୍ଚାୟତରେ ଚାଲୁ ରହିଥିବା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ବିଭିନ୍ନ କୋଠଘର, ରାସ୍ତା ଏବଂ ଡ୍ରେନ୍ କାର୍ଯ୍ୟ ଅସମ୍ପୂର୍ଣ୍ଣ ହୋଇ ରହିଛି। ଏପରିକି ୨୦୨୪ ପୂର୍ବରୁ କାର୍ଯ୍ୟର ବିଲ୍ ମଧ୍ୟ ହୋଇପାରୁନାହିଁ। ଡବଲ ଇଞ୍ଜିନ ସରକାରଙ୍କ ଡବଲ ବିକାଶ ଜାଗାରେ ଡବଲ ବିନାଶ ଏବଂ ମିଛ ପ୍ରତିଶ୍ରୁତି ଛଡ଼ା କୌଣସି କାର୍ଯ୍ୟରେ ଅଗ୍ରଗତି ହେଉନାହିଁ। ଆଜିର ପ୍ରତିବାଦରେ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ, ଜିଲ୍ଲା ବିଜେଡ଼ି ସମ୍ପାଦକ ସୁବାଷ ଚନ୍ଦ୍ର ପଟ୍ଟନାୟକ, ପଞ୍ଚାୟତ ବିଜେଡ଼ି ସଭାପତି ଶ୍ରୀ ବସନ୍ତ ବେହେରା ଏବଂ ବଳରାମପ୍ରସାଦ ଗ୍ରାମ ପଞ୍ଚାୟତର ଗ୍ରାମବାସୀ ଏବଂ ୱାର୍ଡ ସ୍ତରୀୟ ବିଜେଡ଼ି କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ।