ଅନୁଗୋଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ : ୪୮ ୟୁନିଟ୍ ରକ୍ତ ସଂଗୃହିତ

ଅନୁଗୋଳ,୨୫.୦୩ : ଅନୁଗୋଳ ରନ୍ତଲେଇ ସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO) ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ରକ୍ତଦାନ ଦ୍ଵାରା ମୂଲ୍ୟବାନ ଜୀବନ ରକ୍ଷା କରିବା ଏବଂ ସଡ଼କ ସୁରକ୍ଷା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଶିବିରର ଆୟୋଜନ କରାଯାଇଥିଲା। ଆଞ୍ଚଳିକ ପରିବହନ ଅଧିକାରୀ (RTO) ଶ୍ରୀ ସମ୍ବିତ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଶିବିର ସକାଳ ୮ ଘଟିକାରୁ ଆରମ୍ଭ ହୋଇ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଚାଲିଥିଲା। “ସଡ଼କ ସୁରକ୍ଷା – ଜୀବନ ରକ୍ଷା” ବାର୍ତ୍ତାକୁ ପ୍ରାଧାନ୍ୟ ଦେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମୁଦାୟ ୪୮ ୟୁନିଟ୍ ରକ୍ତ ସଂଗୃହିତ ହୋଇଛି। ଏହି ଶିବିରରେ ସ୍ଥାନୀୟ ଆଦର୍ଶ ଇଞ୍ଜିନିୟରିଂ କଲେଜ ଓ ସରକାରୀ ପଲିଟେକନିକର ଛାତ୍ରଛାତ୍ରୀ, ଡ୍ରାଇଭର ମହାସଂଘର ସଦସ୍ୟ ଏବଂ ମୋଟର ଗାଡ଼ି ଶୋ-ରୁମ୍ ମାଲିକମାନେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ପରିବହନ ବିଭାଗର ମୋଟର ଯାନ ନିରୀକ୍ଷକ (MVI) ଶ୍ରୀ ରାଜେଶ କୁମାର ମହାପାତ୍ର, ଟ୍ରାଫିକ ମୋଟର ଇନ୍ସପେକ୍ଟର ଶ୍ରୀ ସୁମନ୍ତ ସେଠୀ, ଡେପୁଟି ସୁପରିଟେଣ୍ଡେଣ୍ଟ ଶ୍ରୀ ରମାକାନ୍ତ ନାୟକ,ଟ୍ରାଫିକ ସହକାରୀ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ତାପସ ରଞ୍ଜନ ମୁନ୍ନା, ଜୁନିୟର ମୋଟର ଯାନ ନିରୀକ୍ଷକ ସନ୍ଧ୍ୟାରାଣୀ ନାୟକଙ୍କ ସମେତ ସେକ୍ସନ ଅଫିସର ଶ୍ରୀ ଶାନ୍ତନୁ କୁମାର ସାହୁ, ସିନିୟର ଆସିଷ୍ଟାଣ୍ଟ ଶ୍ରୀ ଗଗନ କୁମାର ପରିଜା, ଶ୍ରୀ ନାରାୟଣ ବେହେରା, ଶ୍ରୀ ଦୀପ୍ତେସ ଦେହୁରୀ, ଶ୍ରୀ ଶୁଭ୍ରକାନ୍ତ ପ୍ରଧାନ, ଶ୍ରୀ ସୁଧାଂଶୁ କୁମାର ସାହୁ, ଶ୍ରୀ ବେଣୁଧର ପ୍ରଧାନ ଓ ଶ୍ରୀ ସୌମ୍ୟରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *