ଅଗ୍ନି ବିପନ୍ନ ପରିବାରକୁ ସମାଜ ବିକାଶ କର୍ମଜୀବୀ କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ସହାୟତା ପ୍ରଦାନ

ଚଣ୍ଡିଖୋଲ,୨୩/୩(କବ୍ୟୁ) ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ଅଣକା ପଞ୍ଚାୟତ ଅଧିନସ୍ଥ ମହାଦେଇ ପୁର ଗ୍ରାମର ଦଳିତ ସାହି ରେ ଗତ ୧୫ ତାରିଖରେ ଜୟରାମ ଜେନା ,ଶିଶିର ଜେନା , ରମେଶ ଜେନା ,ସୁଶାନ୍ତ ଜେନା ଙ୍କ ଘରେ ଭୟାଭୟ ଅଗ୍ନିକାଣ୍ଡ ଘଟି ୫ ଟି ପରିବାରର ପାଞ୍ଚ ବଖରା ଘର ଓ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇ ଯାଇଛି । ଖବର ପାଇ ସମାଜ ବିକାଶ କର୍ମଜୀବୀ କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ଟ୍ରଷ୍ଟ ର ପରିଚାଳନା ସଂପାଦକ ରମେଶ ଚନ୍ଦ୍ର ଜେନା, ଆଇନଜୀବି ରାଜେଶ ଜେନା, ରାକେଶ କୁମାର ଜେନା ଙ୍କ ସମେତ ବହୁ ସଭ୍ୟ ସଭ୍ୟା ଅଗ୍ନୀ ବିପନ୍ନ ପରିବାରକୁ।ଭେଟି ସମବେଦନା ଜଣାଇବା ସହିତ ଚୂଡା, ଚାଉଳ, ଡାଲି, ଅଟା ବିସ୍କୁଟ ସହିତ ନିତ୍ଯ ବ୍ୟବହାର୍ଯ୍ୟ ଜିନିଷ ପ୍ରଦାନ କରିଥିଲେ।ଏଥିସହିତ ଆଗ୍ନି ବିପନ୍ନ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା କୁ ସରକାର ଙ୍କୁ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *