ଡ ରାମମନୋହର ଲୋହିଆ ଜୟନ୍ତୀ ଓ ଭଗତ ସିଂ ଫାଶୀ ଦିବସ ପାଳିତ।

ବ୍ରହ୍ମପୁର ୨୩/୩: ସ୍ଥାନୀୟ ନବୀନ ଭବନ ଠାରେ ବରିଷ୍ଟ ସାମ୍ବାଦିକ ରବି ରଥ ଙ୍କ ଅଧକ୍ଷତା ରେ ରାମ ମନୋହର ଜୟନ୍ତୀ ତଥା ଭଗତ ସିଂ ଫାସୀ ଦିବସ ପାଳିତ ହୋଇଯାଇଛି। ସଭାପତି ତାଙ୍କ ଭାଷଣ ରେ ସ୍ୱର୍ଗତ ଲୋହିଆ ଏବଂ ଭଗତ ସିଂ ବ୍ରିଟିସ କବଳରୁ ଭାରତବର୍ଷ କୂ ମୁକ୍ତ କରିବା ପାଇଁ ଯେଉଁ ଐତିହାସିକ ପଦକ୍ଷେ ପ ନେଇଛନ୍ତି, ତାହା ଇତିହାସ ରେ ବିରଳ। ଅନ୍ଯତମ ବକ୍ତା ବରିଷ୍ଠ ଶିକ୍ଷକ ନେତା ଅଶୋକ ଦଳାଇ ଡ ଲୋହିଆଙ୍କ ସପ୍ତକ୍ରାନ୍ତି ଆଜି ମଧ୍ୟ ଅପରିହାର୍ଯ୍ୟ ହୋଇପଡିଛି ଏବଂ ଆଜିର ଦିନରେ ତାହାର ଆବଶ୍ୟକତା ଅନୁଭବ ହେଉଛି। ସମଦୃଷ୍ଟି ସମ୍ପାଦକ ବିଘ୍ନେଶ୍ୱର ସାହୁ ଭଗତ ସିଂ ଙ୍କ ଜୀବନି ବୃତାନ୍ତ ତଥା ଆଜିର ଯୁବ ପିଢ଼ି ଭଗତ ସିଂ ଙ୍କ ଆଦର୍ଶ ରେ ସାମିଲ ହେବା ତଥା ଭଗତ ସିଂ ଙ୍କ ସାହିତ୍ୟ କୂ ବହୁମାତ୍ରା ରେ ପଢିବାକୁ ଆହ୍ୱାନ ଦେଇଥିଲେ। ଅବସରପ୍ରାପ୍ତ ଶିକ୍ଷକ କୁମୁଦ ଚନ୍ଦ୍ର ବେହେରା ଦୁଇ ମହାନ ବିପ୍ଲବୀ ଙ୍କ ଭାରତୀୟ ଯୁବ ମାନସ ପ୍ରତି ଥିବା ସମ୍ବେଦନଶୀଳତା ସମ୍ପର୍କ ରେ ଆଲୋକପାତ କରିଥିଲେ।
ଏହି ଅବସର ରେ ଅନ୍ୟ ମାନଙ୍କ ମଧ୍ୟ ରେ କୃଷି ବିଜ୍ଞାନୀ ଡ ଦମ୍ବୁରୁଧର ସାହୁ, ନବୀନ ସାହିତ୍ୟ ପ୍ରତିଷ୍ଠାନ ର ସମ୍ପାଦକ ସୁଶାନ୍ତ କର ପ୍ରମୁଖ ବକ୍ତବ୍ୟ ରଖିଥିଲେ।

Leave a Reply

Your email address will not be published. Required fields are marked *